Advertisment

ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ଦେହାନ୍ତ ହୋଇଛି। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀମହାପାତ୍ର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।

author-image
Sarbeswar
ଅଦ୍ୟତନ ହୋଇଛି
ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

RaghunathMohapatra

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ଦେହାନ୍ତ ହୋଇଛି। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀମହାପାତ୍ର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ପରଲୋକ ନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକାସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ। ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଛନ୍ତି ରଘୁନାଥ।

Advertisment

ସେପଟେ,ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।କଳା ଓ ସ୍ଥାପତ୍ୟକୁ ଶୀର୍ଷରେ ପହଞ୍ଚାଇ ଥିଲେ ରଘୁନାଥ। ପାରମ୍ପରିକ ହସ୍ତକଳାର ଲୋକପ୍ରିୟତା ଲାଗି ସ୍ମରଣୀୟ ରହିବେ ବୋଲି କହିଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ଶ୍ରୀ ମହାପାତ୍ରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଲେ,  ଓଡ଼ିଶାର କଳା, ଐତିହ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ। ଏଥିପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଏହାସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି ବୋଲି ନବୀନ ଟ୍ୱିଟ୍‌ କରିଛନ୍ତି।

ସେହିପରି ରଘୁନାଥ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କହିଛନ୍ତି , ଘନିଷ୍ଠ ବନ୍ଧୁଙ୍କୁ ହରାଇଲି। ଭଗବାନ ତାଙ୍କ ପରିବାରକୁ ଏ ଦୁଃଖ ସହିବାର ଶକ୍ତି ଦିଅନ୍ତୁ ବୋଲି ପ୍ରତାପ କହିଛନ୍ତି।

Advertisment

ଏହାସହ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ରଘୁନାଥଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ବିଶ୍ୱ ସ୍ତରରେ ଖ୍ୟାତିସଂପନ୍ନ, ଓଡ଼ିଶାର ଗୌରବ ଥିଲେ ରଘୁନାଥ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ଓଡ଼ିଶାର କଳା, ସଂସ୍କୃତିକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲେ।ତାଙ୍କ ନିଧନରେ ଓଡ଼ିଶାରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି କହିଛନ୍ତି ଧର୍ମେନ୍ଦ୍ର।

ତେବେ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମହାପାତ୍ରଙ୍କ ପରିବାର ସହ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।  ହେଲେ ଆଜି ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ରଘୁନାଥ।

ରଘୁନାଥ ମହାପାତ୍ର ପୁରୀରେ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମଭୂଷଣ ଓ ୨୦୧୩ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମବିଭୂଷଣରେ ସମ୍ମାନୀତ ହୋଇଥିଲେ । ୨୦୧୮ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

Advertisment
Advertisment