/odishatv-khabar/media/post_attachments/uploadimage/library/16_9/16_9_0/bjp-12-3_1626758736.jpg)
bjp
ବାରିପଦା(ମାଣିକଲାଲ୍ ପାଣି): ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି। ଏନେଇ ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
Advertisment
ମୟୂରଭଞ୍ଜ ଜିଲ୍ଲା ବିଜେପିର ସେ ମୋରଡ଼ା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଥିଲେ। ତେବେ ଜିଲ୍ଲାର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀର ଟିକେଟ୍ ଘୋଷଣା ହୋଇଥିଲେ ମଧ୍ୟ ମୋରଡ଼ା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନ ଥିବାରୁ ସେ ଅସନ୍ତୋଷ ଥିଲେ।
ରାଜକିଶୋର ମୟୂରଭଞ୍ଜ ଜିଲ୍ଲାରେ ବିଜେପି ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିଲେ। ସେ ମୋରଡ଼ା ବିଧାନସଭା ଆସନରୁ ତିନି ଥର ପ୍ରାର୍ଥୀ ହୋଇ ହାରିଥିଲେ।
Advertisment
ରାଜକିଶୋର ବିଜେଡିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)