Advertisment

ଟ୍ୱିନ ସିଟିକୁ ଜଳବନ୍ଦୀ ଭୟ ! ରାସ୍ତାରେ ଚାଲିଛି ଆଣ୍ଠୁଏ ଆଣ୍ଠୁଏ ପାଣି

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲା ଟ୍ୱିନ୍ ସିଟି। କଟକ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ବର୍ଷା ଜଳ। ଏପରିକି ସହରର ପ୍ରମୁଖ ରାସ୍ତା ବାଦାମବାଡି ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମରେ କିଛି…

author-image
Chandan Shishu
ଟ୍ୱିନ ସିଟିକୁ ଜଳବନ୍ଦୀ ଭୟ ! ରାସ୍ତାରେ ଚାଲିଛି ଆଣ୍ଠୁଏ ଆଣ୍ଠୁଏ ପାଣି

water-logging

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲା ଟ୍ୱିନ୍ ସିଟି। କଟକ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ବର୍ଷା ଜଳ। ଏପରିକି ସହରର ପ୍ରମୁଖ ରାସ୍ତା ବାଦାମବାଡି ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମରେ କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା ଜଳବନ୍ଦୀ ଅବସ୍ଥା। ଏପଟେ ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଭଳି କିଛି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ସ୍ଥିତି। ରାସ୍ତାରେ ଚାଲିଛି ଆଣ୍ଠୁଏ ଆଣ୍ଠୁଏ ପାଣି। ଲଗାଣ ବର୍ଷା ପରେ ଏଭଳି ସ୍ଥିତି ଏ ହେଉଛି ବ୍ୟବସାୟିକ ପ୍ରତିଷ୍ଠାନ କଟକ ମାଲଗୋଦାମ ଅଞ୍ଚଳର ଦୃଶ୍ୟ।

Advertisment

publive-image ଯେଉଁଠି ରାତି ପାହିଲେ ଅନେକ ଜିଲ୍ଲାର ବ୍ୟବସାୟୀଙ୍କ ଭିଡ ଜମେ ହେଲେ କରୋନା କଟକଣା ପାଇଁ ସିନା ଭିଡ ନାହିଁ। ହେଲେ ଏହି ଅଞ୍ଚଳକୁ ଗାଡି ମୋଟର ତ ଦୂର କଥା, ଚାଲିକି ଆସିବାକୁ ଡର ଲାଗିବ। ଯେଉଁଆଡେ ଦେଖିଲେ ଖାଲି ପାଣି ଆଉ ପାଣି। ସେହିପରି ବାଦାମବାଡି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଡ୍ରେନେଜ ସମସ୍ୟା ପାଇଁ ଏଭଳି ସ୍ଥିତି ଉପୁଜୁଥିବା କହିଛନ୍ତି ବ୍ୟବସାୟୀ। ଏଥିନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।

publive-imageଏପଟେ ସ୍ମାର୍ଟସିଟି ଭୁବନେଶ୍ୱରରେ ମଧ୍ୟ ସମାନ ସ୍ଥିତି ଦେଖିଲେ ଲାଗୁଛି ଯେମିତି କେଉଁ ନଦୀର ଜଳସ୍ରୋତ ପଡିଛି। ରାଜରାସ୍ତାରେ ଚାଲିକି ଯିବାକୁ ବି ଲୋକଙ୍କୁ ଡର ଲାଗୁଛି। ଭୟରେ ହାତ ଧରାଧରି ହୋଇ ଲୋକେ ଆସୁଛନ୍ତି। ବର୍ଷା ହେବାର କିଛି ଘଣ୍ଟା ପରେ ରାସ୍ତା ଉପରେ ଚାଲିଛି ଏଭଳି ପାଣି ସୁଅ। ବର୍ଷା ପରେ ପରେ ନୂଆପଲ୍ଲି, ବେହେରାସାହି ଆଦି ଅଞ୍ଚଳରେ କିଛି ସମୟ ପାଇଁ ଦେଖାଦେଇଥିଲା ଏଭଳି ସମସ୍ୟା। ଏପଟେ ଜଳ ବନ୍ଦୀ ସମସ୍ୟାର ସମାଧାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଗତକାଲି ବିଏମସି ଅତିରିକ୍ତ କମିଶନର କହିଥିଲେ।

Advertisment
Advertisment
Advertisment