Advertisment

୨୪ ଘଣ୍ଟାର ଲଗାଣ ବର୍ଷାରେ ସାରା ରାଜ୍ୟ ପାଣି...ପାଣି: ଉତ୍ତର ଓ ପୂର୍ବ ଓଡ଼ିଶାକୁ ଘାରିଲା ବନ୍ୟା ଆଶଙ୍କା

ଭୁବନେଶ୍ୱର; ବିତ୍ପାତ ଆଣିଲା ବର୍ଷା। ୨୪ ଘଣ୍ଟାର ଲଗାଣ ବର୍ଷାରେ ସାରା ରାଜ୍ୟ ପାଣି… ପାଣି। ପୋଲ ଭାସିଛି, ରାସ୍ତା ବୁଡିଛି, କାନ୍ଥ ପଡ଼ି ଜୀବନ ବି ଯାଇଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଜଳ ଭର୍ତ୍ତି ହୋଇଯାଇଛି। ରାସ୍ତା ଅତିକ୍ରମ ବେଳେ ପୃଥକ ପୃଥକ ଘଟଣାରେ ୨ଟି ଟ୍ରକ୍ ଓ ଗୋଟିଏ କାର୍ ଭାସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ବହୁ ନଦୀର ଜଳସ୍ତର ବଢ଼ି ଉତ୍ତର ଓ ପୂର୍ବ ଓଡ଼ିଶାକୁ […]

ଅଦ୍ୟତନ ହୋଇଛି
୨୪ ଘଣ୍ଟାର ଲଗାଣ ବର୍ଷାରେ ସାରା ରାଜ୍ୟ ପାଣି...ପାଣି: ଉତ୍ତର ଓ ପୂର୍ବ ଓଡ଼ିଶାକୁ ଘାରିଲା ବନ୍ୟା ଆଶଙ୍କା

flood

Advertisment

ଭୁବନେଶ୍ୱର; ବିତ୍ପାତ ଆଣିଲା ବର୍ଷା। ୨୪ ଘଣ୍ଟାର ଲଗାଣ ବର୍ଷାରେ ସାରା ରାଜ୍ୟ ପାଣି... ପାଣି। ପୋଲ ଭାସିଛି, ରାସ୍ତା ବୁଡିଛି, କାନ୍ଥ ପଡ଼ି ଜୀବନ ବି ଯାଇଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଜଳ ଭର୍ତ୍ତି ହୋଇଯାଇଛି। ରାସ୍ତା ଅତିକ୍ରମ ବେଳେ ପୃଥକ ପୃଥକ ଘଟଣାରେ ୨ଟି ଟ୍ରକ୍ ଓ ଗୋଟିଏ କାର୍ ଭାସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।publive-image

Advertisment

ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ବହୁ ନଦୀର ଜଳସ୍ତର ବଢ଼ି ଉତ୍ତର ଓ ପୂର୍ବ ଓଡ଼ିଶାକୁ ବନ୍ୟା ଆଶଙ୍କା ଘାରିଛି। ଏସ୍ଆର୍‌ସିଙ୍କ ସୂଚନା ଅନୁଯାୟୀ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ କାଲି ସୁଦ୍ଧା ଭଦ୍ରକ ଓ ଯାଜପୁରରେ ବନ୍ୟା ଆସିବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ବି ଆଲର୍ଟରେ ରହିବାକୁ ପରାମର୍ଶ ଦିଆଯାଇଛି।

class="alignnone size-full wp-image-206997" src="https://khabar.odishatv.in/wp-content/uploads/2020/08/rain-1-4.jpg" alt="publive-image" title="publive-image" width="1010" height="574" />

Advertisment

ରାଜ୍ୟରେ ବର୍ଷାରେ ଏମିତି ସ୍ଥିତି ଯେ ରାସ୍ତା ବୁଡ଼ିଯିବାରୁ କେଉଁଠି କାର୍ ଭାସିଗଲା ତ କେଉଁଠି ଟ୍ରକ୍।କେଉଁଠି ଜଳାର୍ଣ୍ଣବ ବିଲମାଳ ତ ପୁଣି କେଉଁଠି ଘରେ ପଶିଲାଣି ବଢ଼ିପାଣି। କେଉଁଠି କୋଠା ଭୁଶୁଡ଼ିଛି, କେଉଁଠି ପୋଲ ଭାସି ଠପ୍ ହୋଇଛି ଯୋଗାଯୋଗ। ଗତ ୨୪ ଘଣ୍ଚାର ଅବିଶ୍ରାନ୍ତ ବର୍ଷାରେ ସାରା ରାଜ୍ୟ ପାଣି ପାଣି।

publive-image

କେନ୍ଦୁଝର ପାଟଣା ଥାନା ସ୍ୱାମପାଟଣା ଠାରେ ପାଣିରେ ବୁଡ଼ିଥିବା ଏକ ରାସ୍ତା ଅତିକ୍ରମ କରିବା ବେଳେ ଚାହୁଁ ଚାହୁଁ ନାଳରେ ଭାସିଯାଇଛି ଧାନବୋଝେଇ ଟ୍ରକ୍। ତେବେ ବହୁ ଚେଷ୍ଟା ପରେ ସ୍ଥାନୀୟ ଲୋକେ ଡ୍ରାଇଭରକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ସେହିପରି ମୟୂରଭଞ୍ଜ କରଞ୍ଜିଆରେ ଚଢ଼େଇଭଳ ନିକଟରେ ବୈତରଣୀ ନଦୀପାଖ ଏକ କଲ୍‌ଭର୍ଟରେ ଟ୍ରକ୍ ଭାସିଯାଇ ଏହାର ଡ୍ରାଇଭର ପ୍ରାଣ ହରାଇଛନ୍ତି।

Advertisment

ଆନନ୍ଦପୁର ଅଞ୍ଚଳରର ଦୃଶ୍ୟ ଆହୁରି ଭୟାନକ। ଆନନ୍ଦପୁର ଥାନା ପଣସଡିହାରେ ଜଞ୍ଜାଳି ନାଳରେ କାର୍‌ଟି ଭାସି ଯିବା ପରେ ଆଜି ପାଣି କମିବାରୁ ଗଛରେ ଲାଗିଥିବା ଅବସ୍ଥାରେ ଜଣଙ୍କ ମୃତଦେହ ସାଙ୍ଗକୁ କାର୍‌କୁ ଉଦ୍ଧାର କରାଯାଇଛି।

ଉତ୍ତର ଓଡ଼ିଶା ଉପରରେ ଝୁଲୁଛି ବନ୍ୟା ଆଶଙ୍କାର ଭୟ। ଏସ୍ଆର୍‌ସିଙ୍କ ସୂଚନା ଅନୂଯାୟୀ କେନ୍ଦୁଝରରେ ବୈତରଣୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଆନନ୍ଦପୁର ଓ ଆଖୁଆପଦାରେ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ତେଣୁ କାଲି ସକାଳେ ଯାଜପୁର ଓ ଭଦ୍ରକରେ ବନ୍ୟା ଆସିପାରେ। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଭଦ୍ରକକୁ ଗୋଟିଏ NDRF ଓ ଗୋଟିଏ ଓଡ୍ରାଫ ଟିମ୍ ପଠାଯାଇଛି। ଯାଜପୁର ପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା ହୋଇଛି।

ତେବେ ମିଳିଥିବା ଅପ୍‌ଡେଟ୍‌ ଖବର ଅନୁଯାୟୀ ଭଦ୍ରକ ଭଣ୍ଡାରୀପୋଖରୀ ମାଳଦା ପଞ୍ଚାୟତ ସରତା ପୋଲ ବୁଡ଼ିଯାଇଛି। ବୈତରଣୀରୁ ନିଷ୍କାସିତ ହେଉଥିବା ବର୍ଷା ଜଳରେ ପୋଲ ବୁଡ଼ିଯାଇଥିବା କୁହାଯାଉଛି। ଫଳରେ ଭଦ୍ରକରୁ ଯାଜପୁର ଟାଉନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମି. ଜଳସ୍ତର ୧୮.୮୧ମି ରହିଛି।

ବ୍ୟତିତ ବ୍ରାହ୍ମଣୀ, ଜଳକା, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଆଦି ନଦୀର ଜଳସ୍ତର ବି ବଢୁଛି। ବାଲେଶ୍ୱର ମଥାନୀରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଟପିଯିବାରୁ ସଦର ବ୍ଲକର ଶ୍ରୀରାମପୁର, ରସଲପୁର ଅଞ୍ଚଳର ବହୁ ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ସେହିପରି ଭଦ୍ରକରେ ରେବ ନଦୀ ଉଛୁଳି ବନ୍ତ ବ୍ରକ୍‌ର କେନ୍ଦୁଆ ପଞ୍ଚାୟତର ୩ଟି ଗାଁ ପାଣି ଘେରରେ ରହିଛି। ମୟୂରଭଞ୍ଜ ବାରିପଦା ସହର ମଧ୍ୟସ୍ଥ ଜରାଳି ଓ ସରାଳି ନଦୀ ଫୁଲି ସହରର ୫ଟି ଓ୍ୱାର୍ଡରେ ବନ୍ୟା ଘେରରେ ରହିଛି। ଅନେକ ସ୍ଥାନରେ ଘରେ ପାଣି ବି ପଶିଯାଇଛି।

କେନ୍ଦ୍ରାପଡ଼ାରେ ମୂଷଳ ଧାରରେ ବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ସହର ସମେତ ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ପାଣି ଜମି ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ମାର୍ଶାଘାଇ ବ୍ଲକ୍‌ରେ ଗତ ୨୪ ଘଣ୍ଟାରେ ୨୩୪ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି। ଫଳରେ ଆଖପାଖ ଅଧିକାଂଶ ନଦୀର ଜଳପତ୍ତନ  ବଢୁଛି। ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ସାଙ୍ଗକୁ ଜିଲ୍ଲା ଦେଇ ପ୍ରବାହିତ ପାଇକା ନଦୀରେ ଜଳସ୍ତର ବଢୁଥିବାରୁ ପ୍ରଶାସନ ସତର୍କ ନଜର ରଖିଛି।

ଖୋର୍ଦ୍ଧା ଜିଲ୍ଲାରେ ମହାନଦୀ ଓ ରାଜୁଆ ନଦୀର ଜଳସ୍ତର ବଢ଼ି ଓବରସିଂ ପଞ୍ଚାୟତର ୫ଟି ଗାଁ ପାଣି ଘେରରେ ରହିଛି। ସୁନ୍ଦରଗଡ଼ କୋଇଡ଼ାର କାର ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ କାଲ୍‌ଟାରୁ କୋଇଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମହାନଦୀର ଶାଖା ରଣନଦୀରେ ବନ୍ୟା ଆସିବାରୁ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର କିଛି ଅଞ୍ଚଳ ବି ଜଳମଗ୍ନ ହୋଇଛି। ବିଲିପଡ଼ାରୁ ତାଳବସ୍ତ ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି।

ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ୨୦ଟି ଜିଲ୍ଲାରେ ହାରାହାରି ୧୦୦ ମିଲିମିଟର ବୃଷ୍ଟିପାତ ହୋଇଛି। କମ୍ ସମୟରେ ଏତେ ପରିମାଣର ବୃଷ୍ଟିପାତ ବିତ୍ପାତ ଆଣିଛି। ମୟୂରଭଞ୍ଜ ବଡ଼ସାହି ମାଣତ୍ରି ମନ୍ଦିର ନିକଟରେ ପାଣିଭର୍ତ୍ତି ରାସ୍ତା ପାରିହେବା ବେଳେ ଜଣେ ବୃଦ୍ଧା ଭାସିଯିବାର ଖବର ଆସିଥିଲା ବେଳେ କେନ୍ଦୁଝର କରଞ୍ଜିରେ କାନ୍ଥପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମହିଳାଙ୍କ ଝିଅ ମଧ୍ୟ ଗୁରୁତର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ