/odishatv-khabar/media/post_attachments/uploadimage/library/16_9/16_9_0/karanjia-rain_1626251750.jpg)
karanjia-rain
ବାରିପଦା: ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ଣରେ କୁଆପଥର ସହ ଝିପିଝିପି ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି। ତେବେ ଆଜି ସେଠାରେ ହୋଇଥିବା ବର୍ଷା ପାହାଡରେ ଲାଗିଥିବା ନିଆଁକୁ ଆୟତ୍ତ କରିପାରେ ବୋଲି କୁହାଯାଉଛି।
କାରଣ ଗତ କିଛି ଦିନ ହେବ ଜଙ୍ଗଲରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଉଛି ବହୁ ମୂଲ୍ୟବାନ ଗଛ। ଆଉ ନିଆଁ ଲିଭାଇବାକୁ ଅନବରତକ ଉଦ୍ୟମ କରୁଛି ବନ ବିଭାଗ କିନ୍ତୁ ନିଆଁ ଆୟତ୍ତ ହୋଇପାରିନାହିଁ। ଆଉ ଏହାରି ମଧ୍ୟରେ ବର୍ଷା ଆଣିଛି ଆଶ୍ୱସ୍ତିର ଖବର।
#ମଣିଷ_ଲଗାଇଥିବା_ନିଆଁକୁ_ନିଜେ_ଲିଭାଇବ_ପ୍ରକୃତି:
ନିଜେ ପ୍ରକୃତି ମଣିଷ ଉପରେ ଜମା ନିର୍ଭର କରେନି। ନିଜ ସୁରକ୍ଷା ନିଜେ କରେ। ଯେତେବେଳେ ଦୀର୍ଘ ୧୫ରୁ ୨୦ ଦିନ ଧରି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଜଙ୍ଗଲ ସେତେବେଳେ କେହି ସେ ନିଆଁକୁ ଲିଭାଇ ପାରୁ ନାହାନ୍ତି। ହେଲେ ଆଜି ସ୍ଥାନୀୟ ଅଞ୍ଚଳରେ ବର୍ଷା ହୋଇଛି। କୁଆ ପଥର ପଡ଼ିଛି pic.twitter.com/7LcEC4JXjj— ଓଟିଭି (@otvkhabar) March 10, 2021
ସେପଟେ ନିଆଁକୁ ନେଇ ରାଜନୀତି ବି ଜୋର ଧରିଛି। ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଓଡ଼ିଶା ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଜାଭଡେକର ଟ୍ୱିଟ୍ କରିଛନ୍ତି। ଅଗ୍ନିକାଣ୍ଡ ରୋକିବା ପାଇଁ ପରାମର୍ଶ ସହ ସାହାଯ୍ୟ କରିବ ଏହି କେନ୍ଦ୍ରୀୟ ଟିମ୍ ବୋଲି ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)