/odishatv-khabar/media/post_attachments/uploadimage/library/16_9/16_9_0/rain-in-Punjab-website_1626688487.jpg)
rain-in-Punjab-website
ଭୁବନେଶ୍ୱର : ନୂଆ ସମ୍ଭାବନା ନେଇ ଆସୁଥିବା ନୂଆବର୍ଷକୁ ଫିକା କରିପାରେ ବର୍ଷା। କାରଣ ୧ରୁ ୩ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବ। ୨ ଓ ୩ ତାରିଖରେ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ସେ ଆହୁରି କହିଛନ୍ତି-“କେତେକ ସ୍ଥାନରେ କୁଆପଥର ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ କମ୍ ରହିବ। ଆସନ୍ତା ୨ ଦିନ ଥଣ୍ଡା ଜାରି ରହିବ।”
ଏବେ ଜାଡ଼ ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ସଞ୍ଜ ପୂର୍ବରୁ ଲୋକେ ଭିତରେ ପଶି ଯାଉଛନ୍ତି। ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି। ସକାଳେ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ରହିଥିବାରୁ ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ଭାବୁ ନାହାନ୍ତି। ଏପରି ମର୍ଣ୍ଣିଂୱାକ କରିବାକୁ ଯାଇପାରୁ ନାହାନ୍ତି।
ପ୍ରବଳ ଶୀତକୁ ଦେଖି ରାଜ୍ୟ ସରକାର ସତର୍କବାଣୀ ଜାରି କରିଛି। ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କ ପ୍ରତି ସତର୍କ ଧ୍ୟାନ ଦେବାକୁ କୁହାଯାଇଛି। ଯିବାଆସିବା ସମୟରେ ଯଥାସମ୍ଭବ ଶୀତବସ୍ତ୍ର ପରିଧାନ କରନ୍ତି। ଯଥା- ସ୍ୱେଟର, ମଫଲର ପିନ୍ଧନ୍ତୁ ଓ ପାଦରେ ଚପଲ ମାଡ଼ନ୍ତୁ। ଜେନେରେଟର, ଷ୍ଟୋଭ୍ ଓ ଲଣ୍ଠନରୁ ନିର୍ଗତ ଧୂଆଁ ଘର ବାହାରକୁ ବାହାରିବାର ବ୍ୟବସ୍ଥା କରନ୍ତୁ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସେହିପରି ଶୀତ ଦାଉରୁ ରକ୍ଷା ପାଇବା ରୋମ୍ ହିଟର, ପାଣି ଗରମ ପାଇଁ ଇମରସନ୍ ହିଟର ବା ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଥିଲେ ସତର୍କତା ଅବଲମ୍ୱନ କରନ୍ତୁ। ନିଆଁ ପୋଇଁବା ବେଳେ ପିଲାମାନଙ୍କ ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ। ନିଆଁକୁ ଲିଭାଇ ଦିଅନ୍ତୁ। ଗୃହପାଳିତ ପଶୁ ଓ ପକ୍ଷୀଙ୍କୁ ଘର ବାହାରେ ରଖନ୍ତୁ ନାହିଁ। ଶୀତ ଯୋଗୁଁ ଅସୁସ୍ଥତା ଲାଗୁଥିଲା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)