/odishatv-khabar/media/post_attachments/uploadimage/library/16_9/16_9_0/missile_1626671693.jpg)
missile
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଚାନ୍ଦିପୁର ଆଇଟିଆରରୁ କୁଇକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର୍ ମିସାଇଲ୍ (QR-SAM)ର ସଫଳ ପରୀକ୍ଷଣ ହୋଇଛି। ୧ ନମ୍ବର ଲଞ୍ଚପ୍ୟାଡ୍ରୁ ଛଡ଼ାଯାଇଥିବା ଏହି ସ୍ୱଳ୍ପ ଦୂରଗାମୀ ମିସାଇଲ୍ ‘ବଂଶୀ’କୁ ସଫଳତାର ସହ ଧ୍ୱଂସ କରିଥିଲା QR-SAM। ଏହାକୁ ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ଛଡ଼ାଯାଇଥିଲା। ଯେ କୌଣସି ସ୍ଥାନରୁ ମୋବାଇଲ୍ ଲଞ୍ଚର ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୩୦ କିଲୋମିଟର ରହିଛି।
Advertisment
ଇସ୍ରାଏଲ୍ ସହ ମିଳିତ ଉଦ୍ୟମରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ୯ କିଲୋମିଟର ଉଚ୍ଚତାକୁ ଯିବା ପରେ ଶତ୍ରୁ ପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଆଦିକୁ ଟାର୍ଗେଟ୍ କରିପାରିବ। ୨୦୧୭ ଜୁନରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା। ଚାନ୍ଦିପୁରରେ ଆଜିର ପରୀକ୍ଷଣ ବେଳେ ଆଇ.ଟି.ଆର୍ ଓ ଡି.ଆର.ଡି.ଓ.ର ବହୁ ବରିଷ୍ଠ ବୈଜ୍ଞାନିକ ଉପସ୍ଥିତ ଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)