Advertisment

ଠିକଣା ଖୋଜୁଛି ପାନ୍ଥଶାଳା

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି। ରାଜ୍ୟ ତଥା ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ପୁରାତନ କୀର୍ତ୍ତିରାଜି ଦେଖିବାକୁ ଆସନ୍ତି। ହେଲେ ବୌଦ୍ଧବିହାରକୁ ଲାଗିଥିବା ଏକମାତ୍ର ପାନ୍ଥଶାଳା ଏବେ ଭୂତକୋଠିରେ ପରିଣତ ହୋଇଛି। ପ୍ରଶାସନ ତଥା ବିଭାଗର ଅବହେଳାକୁ ସ୍ଥାନୀୟଲୋକେ ଦାୟୀ କରୁଥିବାବେଳେ…

author-image
Minati Mishra
ଅଦ୍ୟତନ ହୋଇଛି
ଠିକଣା ଖୋଜୁଛି ପାନ୍ଥଶାଳା

Pantha niwas

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି। ରାଜ୍ୟ ତଥା ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ପୁରାତନ କୀର୍ତ୍ତିରାଜି ଦେଖିବାକୁ ଆସନ୍ତି। ହେଲେ ବୌଦ୍ଧବିହାରକୁ ଲାଗିଥିବା ଏକମାତ୍ର ପାନ୍ଥଶାଳା ଏବେ ଭୂତକୋଠିରେ ପରିଣତ ହୋଇଛି। ପ୍ରଶାସନ ତଥା ବିଭାଗର ଅବହେଳାକୁ ସ୍ଥାନୀୟଲୋକେ ଦାୟୀ କରୁଥିବାବେଳେ ଏହାକୁ ଶୀଘ୍ର ପୁନରୁଦ୍ଧାର କରିବାକୁ ଦାବି କରିଛନ୍ତି।

Advertisment

ଦିନେ ରାଜ୍ୟ ତଥା ବାହାରର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ  ଆତିଥ୍ୟ ପ୍ରଦାନ କରିଥିବା ପାନ୍ଥଶାଳା  ଆଜି ଜରାଜୀର୍ଣ୍ଣ। ଅନାବନା ଜଙ୍ଗଲି ଗଛରେ ପରିପୂର୍ଣ୍ଣ ଚତୁଃପାର୍ଶ୍ୱ । ଭାଙ୍ଗିଯାଇଛି ପାଚେରୀ, ଭୂତକୋଠିରେ ପରିଣତ ହୋଇଛି ପାନ୍ଥଶାଳା। ୧୯୯୮ ମସିହାରେ ନିର୍ମାଣ ହୋଇଥିଲା ଲଳିତଗିରିର ଏଇ ପୁଷ୍ପଗିରି ପାନ୍ଥଶାଳା।

Pantha niwas

ଆଜି ଏହି ପାନ୍ଥଶାଳା କେବଳ ଯେ ଶୋଚନୀୟ ଅବସ୍ଥାରେ ପଡିରହିଛି ତାନୁହେଁ, ଲୁଟେରାଙ୍କ ଶିକାର ହୋଇ ସର୍ବସ୍ୱାନ୍ତ ହୋଇପଡିଛି। ରକ୍ଷଣାବେକ୍ଷଣ ଅଭାବରୁ ଖାଲି ବାହାର ନୁହେଁ, ଭିତରର ଅବସ୍ଥା ମଧ୍ୟ ଶୋଚନୀୟ ହୋଇଗଲାଣି। ଏହି ମନୋରମ ପାନ୍ଥଶାଳାରୁ କେଉଁଠି ଫାଳ ଫାଳ ହୋଇ ସିମେଣ୍ଟ ଖସିପଡ଼ୁଛି।  କେଉଁଠି କଳଙ୍କି ଲାଗି ରେଲିଂ ନଷ୍ଟ ହୋଇଗଲାଣି। ଯେଉଁଠି ଠିଆ ହୋଇ ଲଳିତଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ପର୍ଯ୍ୟଟକ, ସେଠି ଏବେ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା। ଚାରିଆଡେ ଗଡ଼ୁଛି ମଦ ବୋତଲ।

Advertisment

ଏହି ପାନ୍ଥଶାଳାର ପୁନରୁଦ୍ଧାର ପାଇଁ ଅନେକ ଥର କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର କରାଯାଇଥିବା କହିଛନ୍ତି ବୁଦ୍ଧାୟନ ସାମାଜିକ ଅନୁଷ୍ଠାନ ଏବଂ ସ୍ଥାନୀୟଲୋକ। ସେପଟେ ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ  ସୂଚନା ଦେଇଛନ୍ତି ଯେ, ପାନ୍ଥଶାଳାଟି ବହୁ ବର୍ଷ ହେବ ଏକ ଘରୋଇ ସଂସ୍ଥାକୁ ପିପିପି ମୋଡରେ  ଦିଆଯାଇଥିଲା। ଏଇବର୍ଷ ଫେବୃଆରୀ ମାସରେ ହିଁ ପର୍ଯ୍ୟଟନ ବିଭାଗ ପୁଣିଥରେ ନିଜ ଅକ୍ତିଆରକୁ ଆଣିଥିବାବେଳେ ଏହାର ଉନ୍ନତିକରଣ ପୁଣିଥରେ କରାଯିବା ନେଇ ସରକାରଙ୍କୁ ଜଣାଇଥିବା ସେ କହିଛନ୍ତି।

Pantha niwas

Advertisment
Advertisment