/odishatv-khabar/media/post_attachments/uploadimage/library/16_9/16_9_0/puri_1626417145.jpg)
puri
ପୁରୀ: ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନଙ୍କୁ ଚିଠି ଲେଖିଛି।
Advertisment
ଏଥିସହ ନୀତି ସବ୍ କମିଟି ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ପ୍ରସ୍ତୁତ ନୀତି ନିର୍ଘଣ୍ଟ ପଠାଯାଇଛି। ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ନିର୍ଦ୍ଧାରିତ ସମୟରେ କରିବାପାଇଁ ସବୁ ପାଳିଆ ସେବକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଲେଖାଯାଇଛି।
କୌଣସି ପରିସ୍ଥିତିରେ ନୀତି ଯେପରି ବିଳମ୍ବ ନହେବ ସେଥିପ୍ରତି ଧ୍ୟାନ ଦେବାସହ ଜାଣିଶୁଣି ନୀତିରେ ବିଳମ୍ବ ଘଟାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।
Advertisment
ଗତ ଡିସେମ୍ବର ୨୮ରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)