Advertisment

Puri Rath Yatra 2020:ରଥଯାତ୍ରା ଆୟୋଜନ ନେଇ ଆବେଦନ ଗ୍ରହଣ ହୋଇନଥିବାରୁ ଖପ୍ପା ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଖପ୍ପା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଯାତ୍ରା ଆୟୋଜନ ସପକ୍ଷରେ ହୋଇଥିବା ଆବେଦନ ଏଯାଏଁ ଗ୍ରହଣ ହୋଇନଥିବା ପରିପ୍ରେକ୍ଷୀରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।  ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଯାତ୍ରା ଆୟୋଜନ ନେଇ ହୋଇଥିବା ଆବେଦନକୁ କୋର୍ଟ ଗତକାଲି ବିଚାର ଲାଗି ଗ୍ରହଣ କରିପାରିଥାଆନ୍ତେ। ରଥଯାତ୍ରାକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଆବେଦନକୁ ଗ୍ରହଣ କରାଯାଇନଥିବାରୁ ଏହା ସୁନିୟୋଜିତ ଯୋଜନା […]

author-image
Abinash Pati
Puri Rath Yatra 2020:ରଥଯାତ୍ରା ଆୟୋଜନ ନେଇ ଆବେଦନ ଗ୍ରହଣ ହୋଇନଥିବାରୁ ଖପ୍ପା ପୁରୀ ଶଙ୍କରାଚାର୍ଯ୍ୟ

shnakara-charya

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଖପ୍ପା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଯାତ୍ରା ଆୟୋଜନ ସପକ୍ଷରେ ହୋଇଥିବା ଆବେଦନ ଏଯାଏଁ ଗ୍ରହଣ ହୋଇନଥିବା ପରିପ୍ରେକ୍ଷୀରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।  ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଯାତ୍ରା ଆୟୋଜନ ନେଇ ହୋଇଥିବା ଆବେଦନକୁ କୋର୍ଟ ଗତକାଲି ବିଚାର ଲାଗି ଗ୍ରହଣ କରିପାରିଥାଆନ୍ତେ।

Advertisment

ରଥଯାତ୍ରାକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଆବେଦନକୁ ଗ୍ରହଣ କରାଯାଇନଥିବାରୁ ଏହା ସୁନିୟୋଜିତ ଯୋଜନା ବୋଲି ସେ ଅଭିଯୋଗ କରିଛନ୍ତି। ବିଶେଷ ପରିସ୍ଥିତିରେ କୋର୍ଟ ଅବକାଶରେ ଖୋଲିବାର ନଜିର ରହିଥିବା ସେ କହିଛନ୍ତି।

ଅନ୍ୟପଟେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ନେଇ ମତ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଗଜପତି ମହାରାଜା ରାଜ୍ୟ ସରକାରଙ୍କ ଠାରୁ ଯେଉଁ ଅନୁରୋଧ କରିଛନ୍ତି ଓ ଅପେକ୍ଷା ରଖିଛନ୍ତି ରାଜ୍ୟ ସରକାର ଏହାକୁ ରକ୍ଷା କରନ୍ତୁ ଓ ଏହି ଅନୁରୋଧ ଅନୁସାରେ ପଦକ୍ଷେପ ନିଅନ୍ତୁ ବୋଲି ସମୀର କହିଛନ୍ତି।

Advertisment
Puri Rath Yatra 2020
Advertisment
Advertisment