/odishatv-khabar/media/post_attachments/uploadimage/library/16_9/16_9_0/cm-naveen-1_1627294640.jpg)
cm-naveen
ପୁରୀ: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସ୍ତ୍ର ସଂପର୍କିତ ଚିଠି ଓ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ସତ୍ତ୍ୱେ କାହିଁକି ମୁହଁ ଖୋଲୁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ପୁରୀ ରଥଯାତ୍ରା ନେଇ ଗତକାଲି ଗଜପତି ମହାରାଜା ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସେ ଚିଠିରେ ଲେଖିଥିଲେ, ଶାସ୍ତ୍ର, ତତ୍ୱ, ଇତିହାସ, ଧାର୍ମିକ ଭାବନା ଓ ଆଇନଗତ ଆଦି ବିଭିନ୍ନ ଦୃଷ୍ଟିକୋଣରୁ ପୁରୀ ରଥଯାତ୍ରାର ସ୍ୱତନ୍ତ୍ର ମହତ୍ୱ ଓ ଗୁରୁତ୍ୱ ରହିଛି। ଏହାକୁ ବନ୍ଦ କରିବା ଉଚିତ ନୁହେଁ। କୋଭିଡ୍ ଲକଡାଉନ୍ ପାଇଁ ଅନ୍ୟାନ୍ୟ ଧାର୍ମିକ ଉତ୍ସବ ବନ୍ଦ ହୋଇପାରେ, କିନ୍ତୁ ରଥଯାତ୍ରା ନୁହେଁ। ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର କିଭଳି ପୁନର୍ବିଚାର ହେବ, ସରକାର ସେ ନେଇ ପଦକ୍ଷେପ ନିଅନ୍ତୁ। ମହାରାଜାଙ୍କର ଏହି ଚିଠି ପରେ ବି ମୁଖ୍ୟମନ୍ତ୍ରୀଙ୍କ ନିରବତା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
ସେହିପରି ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଶଙ୍କରାଚାର୍ଯ୍ୟ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ଆଇନମନ୍ତ୍ରୀ ଏଯାଏଁ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି, ଯାହାକି ରଥଯାତ୍ରା ଆୟୋଜନ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)