jagannath
Advertisment
ପୁରୀ: ଦେଶରେ କରୋନା ସ୍ଥିତି ଜଟଳି ଥିବା ବେଳେ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପହଞ୍ଚିଛି। ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ-ମିଲ୍ରେ କାଠ ଚିରଟ କରାଯିବା ପରମ୍ପରା ରହିଛି।
Advertisment
ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥଖଳାରେ ରଥନିର୍ମାଣ ହେବ। ରାଜ୍ୟରେ କରୋନା ଭୟ ଓ ଲକଡାଉନ ଲାଗିଥିଲେ ବି ସମସ୍ତ ନିୟମାବଳୀକୁ ପାଳନ କରି ରଥ ନିର୍ମାଣ ହେବ ବୋଲି କୁହାଯାଇଛି। ତେବେ ରଥଯାତ୍ରା ବେଳକୁ କଟକଣା ଉଠି ଯାଇଥିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jagannath_1627279907.jpg)