Advertisment

Puri Rath Yatra 2020:ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ, ଗଜପତିଙ୍କ ସହ କଥା ହେଲେ ଅମିତ ଶାହ

ପୁରୀ:ଦିନକ ପରେ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସାରା ରାଜ୍ୟରେ ଦେଖା ଦେଇଥିଲା ଅସନ୍ତୋଷ। ଏହାର ପୁନଃ ବିଚାର କରି ରାୟରେ ଆଂଶିକ ପରିବର୍ତ୍ତନ କରିବା ପାଇଁ ଆବେଦନ କରାଯାଇଥିଲା। ଆଜି ଗୋଟିଏ ପଟେ ସୁପ୍ରିମ୍‌କୋର୍ଟ ପୁନଃ ଶୁଣାଣି ପାଇଁ ସମ୍ମତି ଦେଇଥିବାବେଳେ ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ।  ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। […]

author-image
Minati Mishra
Puri Rath Yatra 2020:ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ, ଗଜପତିଙ୍କ ସହ କଥା ହେଲେ ଅମିତ ଶାହ

Puri Rath Yatra 2020

ପୁରୀ:ଦିନକ ପରେ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସାରା ରାଜ୍ୟରେ ଦେଖା ଦେଇଥିଲା ଅସନ୍ତୋଷ। ଏହାର ପୁନଃ ବିଚାର କରି ରାୟରେ ଆଂଶିକ ପରିବର୍ତ୍ତନ କରିବା ପାଇଁ ଆବେଦନ କରାଯାଇଥିଲା। ଆଜି ଗୋଟିଏ ପଟେ ସୁପ୍ରିମ୍‌କୋର୍ଟ ପୁନଃ ଶୁଣାଣି ପାଇଁ ସମ୍ମତି ଦେଇଥିବାବେଳେ ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ।  ପରିଚାଳନା କମିଟିର କିଛି ସଦସ୍ୟ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।

Advertisment

ଆଜି ରଥଯାଚ୍ରା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ଏହି ମାମଲା ୩ ଜଣିଆ ଖଣ୍ଡପୀଠକୁ ଯାଇଛି । ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି ସମ୍ମତି ଜଣାଇଥିବା ନେଇ ଜଷ୍ଟିସ ଅରୁଣ ମିଶ୍ର ସୂଚନା ଦେଇଛନ୍ତି । ସଲିସିଟର ଜେନେରାଲଙ୍କ ଯୁକ୍ତି ଉପସ୍ଥାପନ ପରେ ଶୁଣାଣି ପାଇଁ ସମ୍ମତି ଜଣାଇଛନ୍ତି କୋର୍ଟ।

ଏପଟେ ପୁରୀ ରଥଯାତ୍ରା ସପକ୍ଷରେ କେନ୍ଦ୍ର ସରକାର ଯୁକ୍ତି ରଖିବା ପରେ ଏହାକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି । ବିନା ଭକ୍ତରେ ଓ କେବଳ ପୁରୀରେ ରଥଯାତ୍ରା ଲାଗି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓଏବଂ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବେ ବୋଲି ରାଜ୍ୟ ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।

Advertisment

୧୦ରୁ ୧୨ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ରଥଯାତ୍ରା ସମୟରେ ସାଧାରଣତଃ ୧୦ରୁ ୧୨ ଲକ୍ଷ ଲୋକ ଏକତ୍ରିତ ହୋଇଥାନ୍ତି। ଅନ୍ୟପକ୍ଷରେ ରାଜ୍ୟର ପ୍ରତି ପଞ୍ଚାୟତରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ॥ ଏଥିରେ ମଧ୍ୟ ବହୁସଂଖ୍ୟାରେ ଲୋକ ସାମିଲ ହୋଇଥାନ୍ତି । ତେବେ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିଥିବାରୁ ଏବଂ ବର୍ଷା ଋତୁ ଆରମ୍ଭ ହେବା କାରଣରୁ ଜୁନ୍ ଓ ଜୁଲାଇ ମାସରେ କୋଭିଡ୍ ସଂକ୍ରମଣ ଶୀର୍ଘରେ ପହଞ୍ଚିବା ଆଶଙ୍କାକୁ ଦେଖି ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ବନ୍ଦ ଲାଗି ଆବେଦନ ହୋଇଥିଲା ।

ଅନ୍ୟପକ୍ଷେ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇ କହିଛନ୍ତି ପୁରୀ ଗଜପତିଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅମିତ ଶାହ କଥା ହୋଇଥିବା ସୂଚନା ମିଳିଛ ।

Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020
Advertisment
Advertisment