Advertisment

ରଥଯାତ୍ରା 2020: ରଥ ଉପରେ ତିନି ଠାକୁର..ଅପେକ୍ଷା ଗଜପତିଙ୍କୁ...

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର।  ଏବେ ଅପେକ୍ଷା …କେତେବେଳେ ଆସିବେ ଠାକୁରଙ୍କ ଚଳନ୍ତି ପ୍ରତିମା…ଗଜପତି ମହାରାଜା। ମହାରାଜାଙ୍କ ଛେରା ପହଁରା ପରେ ଆରମ୍ଭ ହେବ ରଥଟଣା। ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଦିବ୍ୟସିଂହ ଦେବ କରିବେ ଛେରା ପହଁରା। ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସୁନା ଖଡ଼ିକାରେ  ତିନି ରଥ- ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ  କରିବେ […]

author-image
Minati Mishra
ରଥଯାତ୍ରା 2020: ରଥ ଉପରେ ତିନି ଠାକୁର..ଅପେକ୍ଷା ଗଜପତିଙ୍କୁ...

pahandi-1.png-2222

ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର।  ଏବେ ଅପେକ୍ଷା ...କେତେବେଳେ ଆସିବେ ଠାକୁରଙ୍କ ଚଳନ୍ତି ପ୍ରତିମା...ଗଜପତି ମହାରାଜା।

Advertisment

ମହାରାଜାଙ୍କ ଛେରା ପହଁରା ପରେ ଆରମ୍ଭ ହେବ ରଥଟଣା।

ଶହ ଶହ ବର୍ଷର ପରଂପରା ଅନୁଯାୟୀ ଗଜପତି ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଦିବ୍ୟସିଂହ ଦେବ କରିବେ ଛେରା ପହଁରା। ଆନୁଷ୍ଠାନିକ ପୂଜାର୍ଚ୍ଚନା ପରେ ସୁନା ଖଡ଼ିକାରେ  ତିନି ରଥ- ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥରେ  କରିବେ ଛେରାପହଁରା।

publive-image

ଆଜି ସକାଳୁ ଶ୍ରୀଜିଉଙ୍କ ନୀତିକାନ୍ତି ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ଶେଷ ହୋଇଥିଲା। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ।

Advertisment

publive-image

ବିଧି ଅନୁସାରେ, ତିନି ଦିଅଁ  ଧାଡ଼ି ପହଣ୍ଡିରେ ଆସିଥିଲେ।  ପ୍ରଥମେ ଚର୍କରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ଏହାପରେ ବଡ଼ଠାକୁର ଶ୍ରୀବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ କରିଥିଲେ।

publive-image

ପରେ କୋଟି କୋଟି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଦିବ୍ୟ ଟାହିଆରେ ସୁଶୋଭିତ ହୋଇ ଭକ୍ତଙ୍କୁ ବିମୋହିତ କରି କଳାଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ।

ତେବେ ଗୋଟିଏ ଜିନିଷର ଅଭାବ ଥିଲା। ତାହା ହେଉଛି ଶ୍ରଦ୍ଧାଳୁ। କୋଭିଡ -୧୯ କଟକଣା ମଧ୍ୟରେ ବିନା ଭକ୍ତରେ ଚାଲିଛି ରଥଯାତ୍ରା।

publive-image

Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020
Advertisment
Advertisment