Advertisment

ରାଜ୍ୟରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉଜଣେ ବିଧାୟକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ବିଧାୟକ ଓ ମନ୍ତ୍ରୀଙ୍କର କରୋନାରେ ପଜିଟିଭ୍ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ରାଜ୍ୟରେ ୮ଜଣ ମନ୍ତ୍ରୀ ଯଥା ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ଅରୁଣ ସାହୁ, ପଦ୍ମିନୀ ଦିଆନ୍ , ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସମୀର […]

author-image
Ranjeet Kumar Jena
ରାଜ୍ୟରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ

jayant

ଭୁବନେଶ୍ୱର: ରାଜ୍ୟରେ ଆଉଜଣେ ବିଧାୟକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ବିଧାୟକ ଓ ମନ୍ତ୍ରୀଙ୍କର କରୋନାରେ ପଜିଟିଭ୍ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି।

Advertisment

ଆଜି ସୁଦ୍ଧା ରାଜ୍ୟରେ ୮ଜଣ ମନ୍ତ୍ରୀ ଯଥା ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ଅରୁଣ ସାହୁ, ପଦ୍ମିନୀ ଦିଆନ୍ , ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସମୀର ଦାଶ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁଶାନ୍ତ ସିଂ ଓ ଅରୁଣ ସାହୁ ଆରୋଗ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ବିଧାୟକଙ୍କ ମଧ୍ୟରେ ବିଜେପି ବିଧାୟକ ସୁକାନ୍ତ ନାୟକ, ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ଓ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରୁ ସୁସ୍ଥ ହୋଇଥିବାବେଳେ ବିଧାୟକ ପ୍ରଭୁ ଜାନି, ଭାଗିରଥୀ ସେଠୀ, ବିଷ୍ଣୁବ୍ରତ ରାଉତରାୟ, ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁଧାଂଶୁ ଶେଖର ପରିଡ଼ା, ଶ୍ରୀକାନ୍ତ ସାହୁ, ସୁନନ୍ଦା ଦାସ, ସଞ୍ଜିବ ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ପୀତମ ପାଢ଼ୀ, ସଦାଶିବ ପ୍ରଧାନୀ, ଶଶୀଭୂଷଣ ବେହେରା, ବିକ୍ରମ ପଣ୍ଡା, ବ୍ରଜକିଶୋର ପ୍ରଧାନ,ସୁଧୀର ସାମଲ, ସରୋଜ ମେହେର, ପ୍ରଦୀପ ଅମାତ୍ ଏବେ ଗୃହ ସଙ୍ଗେରୋଧରେ ଚିକିତ୍ସାଧୀନ ଅଛନ୍ତି।

Advertisment

ଏମାନଙ୍କ ବ୍ୟତୀତ ବିଜେଡିର ଦୁଇ ସାଂସଦ ରମେଶ ମାଝୀ ଓ ମଞ୍ଜୁଲତା ମଣ୍ଡଳ ଏବଂ ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

Advertisment
Advertisment