Advertisment

ମିଳିଲା ଜଗା ଦର୍ଶନ..ବିହ୍ୱଳ ହେଲେ ଭକ୍ତ

ପୁରୀ: ଆଜି ଶେଷ ହୋଇଛି ପ୍ରତୀକ୍ଷା। ଦୀର୍ଘମାସ ଧରି କାଳିଆର ସେ ଦିବ୍ୟ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମନର ଅବସାଦ ମେଣ୍ଟିଛି। ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର।  ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ହଟିଛି କଟକଣା।  ଆଜିଠୁ ନିର୍ବିଘ୍ନରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଛି। ତେବେ […]

ମିଳିଲା ଜଗା ଦର୍ଶନ..ବିହ୍ୱଳ ହେଲେ ଭକ୍ତ

jaga

Advertisment

ପୁରୀ: ଆଜି ଶେଷ ହୋଇଛି ପ୍ରତୀକ୍ଷା। ଦୀର୍ଘମାସ ଧରି କାଳିଆର ସେ ଦିବ୍ୟ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମନର ଅବସାଦ ମେଣ୍ଟିଛି। ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର।  ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

Advertisment

ହଟିଛି କଟକଣା।  ଆଜିଠୁ ନିର୍ବିଘ୍ନରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଛି। ତେବେ ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।

ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୨୬ ପ୍ଲାଟୁନ ପୋଲିସ ଫୋର୍ସ । ସକାଳ ୬ଟାରୁ ୭ଟା ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀବାସୀ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।

Advertisment

ସକାଳ ୭ଟାରୁ ସିଂହଦ୍ୱାରରେ ଲାଗିଛି ଭିଡ଼। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ପାଖାପାଖି ୩୦ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛ। ଥର୍ମାଲ ସ୍କ୍ରିନିଂ ସମୟରେ ୧୦୦ଡିଗ୍ରୀ ଉପରକୁ ତାପମାତ୍ରା ଥିଲେ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ାଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ବ୍ୟବସ୍ଥା ଉପରେ ଦୃଷ୍ଟି ରଖିଛନ୍ତି। କହିଛନ୍ତି, ‘ଆଜି ଠିକ୍‌ ସମୟରେ ଦର୍ଶନ ଆରମ୍ଭ ହୋଇଛି। ବୟସ୍କ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଲାଇନ ରହିଛି । କୋଭିଡ ରିପୋର୍ଟ ଉପରେ ଗୁରୁତ୍ୱ ଦିଆଯାଉନି, କିନ୍ତୁ କୋଭିଡ କଟକଣା ମାନିବାକୁ ବାଧ୍ୟ କରାଯାଇଛି’ ବୋଲି କହିଛନ୍ତି ଜିଲ୍ଲପାଳ ସମର୍ଥ ବର୍ମା।

Advertisment

ଏତେ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ବିହ୍ୱଳ ହୋଇଛନ୍ତି।

Puri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ