/odishatv-khabar/media/post_attachments/uploadimage/library/16_9/16_9_0/puri-1_1626689856.jpg)
puri
ଭୁବନେଶ୍ୱର: ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ପାଇଁ ପୁରୀ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ଦିଲ୍ଲୀଠାରେ ଏହି ସମ୍ମାନ ଦିଆଯାଇଛି।
Advertisment
ଅଭିନେତା ତଥା ପାନି ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଆମୀର ଖାନ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ସ୍ୱଚ୍ଛତା ହି ସେବା ୨୦୧୯ ଅଭିଯାନ ଅଧୀନରେ ଏକ କର୍ମଶାଳା ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସ୍ୱଚ୍ଛତା ହି ସେବା ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ ପରିଚାଳନା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ବେଶ୍ ସକାରାତ୍ମକ ପ୍ରତିକ୍ରିୟା ପାଇଥିଲା। ବିଭିନ୍ନ ଜିଲ୍ଲା ଏହାକୁ ସଫଳତାର ସହ ଲାଗୁ କରିଥିବାରୁ ସେମାନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷରେ ଆଜି ସମ୍ମାନିତ କରାଯାଇଥିଲା। ଶୀର୍ଷ ଜିଲ୍ଲାଗୁଡ଼ିକୁ ଆଜି ସମ୍ମାନିତ କରାଯାଇଛି। ଏହି ସମ୍ମାନ ପାଇଁ ପୁରୀ ବ୍ୟତୀତ ଆସାମର ଦିବ୍ରୁଗଡ଼, ହିମାଚଳପ୍ରଦେଶର ସିରମୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଭୃତି ମନୋନୀତ ହୋଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)