/odishatv-khabar/media/post_attachments/uploadimage/library/16_9/16_9_0/Punjilal-Meher-12_1626690647.jpg)
punjilal
ବଲାଙ୍ଗିର(ମନୋରଞ୍ଜନ ଯୋଶୀ) : ଜେଲ୍ରୁ ବାହାରିଲେ ପୁଞ୍ଜିଲାଲ ମେହେର। ମା’ଙ୍କ ଶ୍ରାଦ୍ଧକ୍ରିୟା ପାଇଁ ହାଇକୋର୍ଟଙ୍କ ୪ ଦିନିଆ ଜାମିନ ବଳରେ ଜେଲରୁ ମୁକୁଳିଛନ୍ତି ପୁଂଜିଲାଲ।
Advertisment
ଉଲ୍ଲେଖନୀୟ ଯେ, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅଛନ୍ତି ପୁଞ୍ଜିଲାଲ୍ ମେହେର। ଆସନ୍ତା ୨୮ ତାରିଖ ଦିନ ୧୧ଟା ସୁଦ୍ଧା ହାଜର ହେବେ ପୁଞ୍ଜିଲାଲ। ଜାମିନ୍ ଦେବା ସହ ପୁଞ୍ଜିଲାଲ୍ଙ୍କ ପାଇଁ କଡ଼ା ସର୍ତ୍ତାବଳୀ ଜାରି ହୋଇଛି। ଜାମିନ ଅବଧି ସମୟରେ ଗଣମାଧ୍ୟମକୁ ନ ଭେଟିବାକୁ କଡ଼ା ନିର୍ଦ୍ଦେଶ ରହିଛି। ଏହାସହ ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ରଖିଛନ୍ତି।
ସେହିପରି ଜାମିନ ସମୟରେ ପୁଞ୍ଜିଲାଲ୍ ଉପରେ ଥାନା ଅଧିକାରୀ ମଧ୍ୟ ନଜର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ୧୨ ତାରିଖରେ ପୁଞ୍ଜିଲାଲ୍ଙ୍କ ମାଆଙ୍କ ଶେଷକୃତ୍ୟ ପାଇଁ ଦିନିକିଆ ପାରୋଲ୍ରେ ସେ ଆସିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)