/odishatv-khabar/media/post_attachments/uploadimage/library/16_9/16_9_0/punjilal_1626689819.jpg)
punjilal
ବଲାଙ୍ଗିର : ଜେଲ୍ରୁ ବାହାରି ମାଆଙ୍କ ଶେଷକୃତ୍ୟରେ ସାମିଲ ହେଲେ ପୁଞ୍ଜିଲାଲ୍ ମେହେର । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲ୍ରୁ ପାଟଣାଗଡ଼ର ରାମପୁର ଗାଁକୁ ନେଇଥିଲା ପୁଲିସ । ଏହାପରେ ଗାଁ ଶ୍ମଶାନରେ ସେ ମାଆଙ୍କୁ ମୁଖାଗ୍ନି ଦେଇଥିଲେ ।
Advertisment
ଗତକାଲ କୋର୍ଟ ପୁଞ୍ଜିଲାଲ୍ଙ୍କୁ ମାଆଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ଅନୁମତି ଦେଇଥିଲେ । ପୁଲିସ ପହରାରେ ଯାଇ ମାଆଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିବେ ବୋଲି କହିଥିଲେ ପାଟଣାଗଡ଼ ଏଡିଜେ କୋର୍ଟ । ଶେଷକୃତ୍ୟ ସରିବା ପରେ ପୁଞ୍ଜିଲାଲ୍ଙ୍କୁ ଜେଲରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ରହିଛି।
୨୦୧୮ ଫେବ୍ରୁଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି ପୁଞ୍ଜିଲାଲ୍ । ଏହି ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)