Advertisment

ରାଜ୍ୟରେ କରୋନା ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ହାଇକୋର୍ଟ ଗଲା କରୋନା ମୃତ୍ୟୁ ପ୍ରସଙ୍ଗ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ମୃତ୍ୟୁର ସଂଖ୍ୟାର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆଇନଜୀବୀ…

author-image
Chandan Shishu
ଅଦ୍ୟତନ ହୋଇଛି
ରାଜ୍ୟରେ କରୋନା ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା

high court

ଭୁବନେଶ୍ୱର: ହାଇକୋର୍ଟ ଗଲା କରୋନା ମୃତ୍ୟୁ ପ୍ରସଙ୍ଗ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ମୃତ୍ୟୁର ସଂଖ୍ୟାର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି।

Advertisment

ମୃତ୍ୟୁ ସଂଖ୍ୟା ନେଇ ବିଭିନ୍ନ ଜିଲ୍ଲା ଚିକିତ୍ସାଧିକାରୀଙ୍କ ରିପୋର୍ଟ ସହ ସ୍ୱାସ୍ଥ୍ୟ ବିଭାଗ ପୋର୍ଟାଲର ତଥ୍ୟରେ ତାଳମେଳ ରହୁନଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏହାଛଡ଼ା ଗ୍ରାମାଞ୍ଚଳରେ ରାପିଡ୍ ଟେଷ୍ଟିଂ ଓ ଟିକାକରଣକୁ ବ୍ୟାପକ କରିବା ପାଇଁ ଆବେଦନ କରାଯାଇଛି।

ଅନ୍ୟପକ୍ଷରେ କରୋନା ମୃତ୍ୟୁ ଅଡିଟ୍‌କୁ ତ୍ୱରାନ୍ୱିତ କରିବାକୁ ଗତ ମେ ୨୭ରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହପାତ୍ର ସବୁ ଜିଲ୍ଲାପାଳ, ସିଡିଏମ୍ଓ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଥିଲେ। କରୋନା କିମ୍ବା ସନ୍ଦିଗ୍ଧ କରୋନା ରୋଗୀର ସମସ୍ତ ମେଡିକାଲ ରେକର୍ଡ ଯାଞ୍ଚ କରି ଜିଲ୍ଲାସ୍ତରୀୟ କମିଟି ପ୍ରତିଦିନ କିମ୍ବା ଦିନେ ଛା଼ଡ଼ି ଦିନେ ରିପୋର୍ଟ ଦେବାକୁ କୁହାଯାଇଥିଲା ଯଦ୍ୱାରା ୪୮ ଘଣ୍ଟା ଭିତରେ ତାର ସମୀକ୍ଷା କରାଯାଇପାରିବ।

Advertisment

କିଛି ଦିନ ତଳେ ବିହାରରେ ମଧ୍ୟ କୋଭିଡ୍ ମୃତ୍ୟୁକୁ ନେଇ ବିବାଦ ହୋଇଥିଲା। ନିକଟରେ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିହାର ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟା ଅଡିଟ୍ କରିବା ପରେ ସେଠାରେ ୩, ୯୫୧ଟି ନୂଆ ମୃତ୍ୟୁ ମାମଲା ଯୋଡ଼ା ଯାଇଥିଲା। ସେହିପରି ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସଂଶୋଧନ କରାଯାଇଛି। ଅଡିଟ୍ ପରେ କୋଭିଡ୍ ମୃତ୍ୟୁ ତାଲିକାରେ ଆଉ ୮ ହଜାର ୮୦୦ ଜଣଙ୍କୁ ସାମିଲ୍ କରାଯାଇଛି। ଦିଲ୍ଲୀ ଏମ୍ଏସ୍ ନିର୍ଦ୍ଦେଶକ ଡର ରଣଦୀପ ଗୁଲେରିଆ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ନଲୁଚାଇ, ସଠିକ୍ ଅଡିଟ୍ କରିବାକୁ ପରାମର୍ଶ ଦେଇଥିଲେ।

Advertisment
Advertisment