Advertisment

BDO Vehicle Vandalized Amid Clashes: ବୋଲଗଡ଼ ବିଡିଓଙ୍କ କାର୍ ଭାଙ୍ଗିଲେ, ଧସେଇ ପଶିଲେ

ବୋଲଗଡ଼ ବିଡିଓଙ୍କ କାର୍ ଭାଙ୍ଗିଲେ, ଧସେଇ ପଶିଲେ। ବୋଲଗଡ଼ ବିଡିଓଙ୍କ ଅଫିସ୍ ସମ୍ମୁଖରେ ପ୍ରବଳ ହଙ୍ଗାମା। ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ନିର୍ବାଚିତ ଜନପ୍ରତିନିଧି। ବ୍ଲକ ଅଫିସରେ ଧସେଇ ପଶିବା ବେଳେ ପୋଲିସ ସହ ଠେଲାପେଲା।

author-image
Pramod Behera
BDO Vehicle Vandalized Amid Clashes

ବୋଲଗଡ଼ ବିଡିଓଙ୍କ କାର୍ ଭାଙ୍ଗିଲେ Photograph: (OTV)

ବୋଲଗଡ଼ ବିଡିଓଙ୍କ କାର୍ ଭଙ୍ଗାରୁଜା। ପ୍ରବଳ ଉତ୍ତେଜନା, ପୋଲିସ୍ ସହ ଧସ୍ତାଧସ୍ତି। ଖୋର୍ଦ୍ଧା ବୋଲଗଡ଼ ବିଡିଓ କାର୍ଯ୍ୟାଳୟରେ ପ୍ରବଳ ବିକ୍ଷୋଭ କରିଛନ୍ତି ଜିଲ୍ଲାର ନିର୍ବାଚିତ ସରପଞ୍ଚ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସଭ୍ୟ ମାନେ। ଏହି ସମୟରେ ଆଜି ଆନ୍ଦୋଳନକାରୀମାନେ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ। ପୋଲିସ୍, ଆନ୍ଦୋଳନକାରୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଡିଓଙ୍କ ଗାଡି ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ। 

Advertisment

ସୂଚନା ଅନୁସାରେ ବୋଲଗଡ ବ୍ଲକ ବିଡିଓ ସୁମନ ସୁଧା କୁଣ୍ଡୁ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନରେ ଅସହଯୋଗ କରି ଅନୁପସ୍ଥିତ ରହିବା ସହିତ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ବେଖାତିର କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନେ ତୁରନ୍ତ ବିଡିଓଙ୍କ ବଦଳି ଦାବି କରିଛନ୍ତି। ସେପଟେ ଘଟଣାକୁ ନେଇ ବିଡିଓ ସୁମନ ସୁଧା କୁଣ୍ଡୁଙ୍କ ପ୍ରତିକ୍ରିୟା ମିଳିପାରିନି।

  • ବୋଲଗଡ଼ ବିଡିଓଙ୍କ କାର୍ ଭାଙ୍ଗିଲେ, ଧସେଇ ପଶିଲେ
  • ବୋଲଗଡ଼ ବିଡିଓଙ୍କ ଅଫିସ୍ ସମ୍ମୁଖରେ ପ୍ରବଳ ହଙ୍ଗାମା
  • ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ନିର୍ବାଚିତ ଜନପ୍ରତିନିଧି
  • ବ୍ଲକ ଅଫିସରେ ଧସେଇ ପଶିବା ବେଳେ ପୋଲିସ ସହ ଠେଲାପେଲା
  • ୧୦ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି ନିର୍ବାଚିତ ଜନପ୍ରତିନିଧି
Advertisment
Odisha News Odisha Politics Protest
Advertisment
Advertisment