/odishatv-khabar/media/post_attachments/uploadimage/library/16_9/16_9_0/ratha-yatrra_1626260937.jpg)
ratha-yatrra
ଭୁବନେଶ୍ୱର: ଏବେ ବି ବନ୍ଦ ହୋଇନି ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ବାଟ। ରଥଯାତ୍ରା ପାଇଁ ପୁଣି ସୁପ୍ରିମକୋର୍ଟରେ ଦାୟର ହେଲା ୩ ପିଟିସନ। ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ କୋର୍ଟରେ ମୋଡିଫିକେସନ ପିଟିସନ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ ହୁସେନ ଏହି ପିଟିସନ ଦାୟର କରିଛନ୍ତି।
ରାୟରେ ଆଂଶିକ ପରିବର୍ତ୍ତନ କରିବାକୁ ସେ ଆବେଦନ କରିଛନ୍ତି। ଏବର୍ଷ କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ସେ ପିଟିସନରେ ଆବେଦନ କରିଛନ୍ତି। ପୁରୀ ସହରକୁ ସଟଡାଉନ୍ ଘୋଷଣା କରି ରଥଯାତ୍ରା କରାଯାଉ ବୋଲି ପିଟିସନରେ ଦର୍ଶାଇଛନ୍ତି।
ସେପଟେ ଓଡ଼ିଶା ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚ ପକ୍ଷରୁ ନିର୍ଦ୍ଦେଶ ପ୍ରତ୍ୟାହାର ବା ପରିବର୍ତ୍ତନ ପାଇଁ କୋର୍ଟରେ ପିଟିସନ ଦାୟର ହୋଇଛି। ଅନ୍ୟପଟେ ଅଧ୍ୟାଦେଶ ଆଣି ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଛନ୍ତି ପୁରୀ ଜିଲ୍ଲାର ଲକ୍ଷ୍ମୀଧର ବିଶ୍ୱାଳ। ସେ ତାମିଲନାଡ଼ୁ ସରକାର ଜାଲିକାଟ୍ଟୁ ପାଇଁ ଆଣିଥିବା ଅଧ୍ୟାଦେଶର ଉଦାହରଣ ଦେଇଛନ୍ତି।
ସେହିପରି ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲା ଶ୍ରୀମନ୍ଦିର ଦଇତାପତି ନିଯୋଗ। କୋର୍ଟ ଦେଇଥିବା ରାୟ ଉପରେ ମୋଡିଫିକେସନ ପାଇଁ ନିଯୋଗ ଆବେଦନ କରିଛି। ପୁରୀ ରଥଯାତ୍ରା କରିବାକୁ ନିଯୋଗ ଆବେଦନରେ ଦର୍ଶାଇଛି।
ଅନ୍ୟପଟେ ଏ ବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ପିଟିସନ ଦାଖଲ ହୋଇଛି। ନିର୍ଦ୍ଦେଶର ପୁନର୍ବିଚାର ଲାଗି ପିଟିସନରେ ମହାସଂଘର ଆବେଦନ କରିଛି।
ଗତକାଲି ପୁରୀ ସମେତ ସାରା ରାଜ୍ୟରେ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଏନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)