/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error384_1625493182.jpg)
vlcsnap-error384
ଭୁବନେଶ୍ୱର: ପରିବର୍ତ୍ତିତ କୋଭିଡ ଗାଇଡ୍ ଲାଇନ୍ ଅନୁଯାୟୀ ଘରୋଇ ହସ୍ପିଟାଲ ମାନେ ସିଧାସଳଖ ୨୫ ପ୍ରତିଶତ ଟୀକା କମ୍ପାନୀ ମାନଙ୍କଠାରୁ କିଣି ପାରିବେ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୭ଟି ଘରୋଇ ହସ୍ପିଟାଲ ସିଧାସଳଖ କମ୍ପାନୀଠୁ ଟିକା ପାଇ ସାରିଛନ୍ତି । ତେବେ ଏହାକୁ ୭୫ :୨୫ ବଦଳରେ ୯୫ : ୫ ଅନୁପାତରେ କରାଯାଉ । ଏହାଦ୍ୱାରା ରାଜ୍ୟ ହରାଇଥିବା ଟିକା ଫେରି ପାଇବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।
ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଇଥିବା ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାର ଲୋକ ସଂଖ୍ୟା ଅନୁପାତରେ ହସ୍ପିଟାଲ ସଂଖ୍ୟା ବହୁତ କମ ଅଛି । ତେଣୁ ପ୍ରଚଳିତ ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟ ତାର ୨୫ ପ୍ରତିଶତ ଟିକା ଅନୁଦାନ ହରେଇବା ଆଶଙ୍କା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଜୁନ୍ ୨୬ ତାରିଖ ସୁଦ୍ଧା ରାଜ୍ୟରେ ୧ କୋଟି ୧୪ ଲକ୍ଷ ୧୪ ହଜାର ୬୪୪ ଡୋଜ ଟିକା ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ ।
ଅନ୍ୟପଟେ ଏବେ ବି ରାଜ୍ୟରେ କରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସୁଛି । କିଛି ଦିନ ଧରି ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ ଏବେ ପୁଣି ଥରେ ବୃଦ୍ଧି ପାଉଥିବା ଦେଖାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮୭ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଟପିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୧,୯୪୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ୍ ୧,୪୬୫ ରହିଛି । ଖୋର୍ଦ୍ଧାରୁ ୫୮୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨ଟି ଜିଲ୍ଲାରେ ସଂକ୍ରମଣ କମୁ ନଥିବା ଦେଖିବାକୁ ମିଳିଛି ।
ଆଜି ଚିହ୍ନଟ ୩,୪୦୮ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୯୩, ବାଲେଶ୍ୱରରୁ ୨୫୧, ବରଗଡ଼ରୁ ୨୪, ଭଦ୍ରକରୁ ୧୬୯, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୨୮, କଟକରୁ ୫୫୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୭୩, ଗଜପତିରୁ ୧୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୨୫୮, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୦, କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୫୮୨, କୋରାପୁଟରୁ ୭୬, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୬୦, ନୂଆପଡ଼ାରୁ ୬, ପୁରୀରୁ ୨୧୫, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୨୮, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୩୭ ଓ ଷ୍ଟେଟ୍ ପୁଲ୍ରୁ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୦,୪୭୦ରେ ପହଞ୍ଚି ଥିବାବେଳେ ୮,୬୩,୮୨୪ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍ କେସ୍-୩୨,୭୦୬ ରହିଛି । ଗତକାଲି ୩ ହଜାର ୫୫୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୭ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଥିଲା କରୋନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)