/odishatv-khabar/media/post_attachments/uploadimage/library/16_9/16_9_0/jail_1626687816.jpg)
jail
କଟକ : କଟକ ଚୌଦ୍ୱାର ସର୍କଲ ଜେଲ୍ ପୁଣି ଚର୍ଚ୍ଚାରେ। ସର୍କଲ୍ ଜେଲ ପରିସରରୁ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍ ନାମକ ଜଣେ ଅପରାଧୀ ହ୍ୱାଟ୍ସଆପ୍ରେ ଭିଡିଓ କଲ୍ କରି ବକ୍ସିବଜାରରେ ଥିବା ଜଣେ ଦୋକାନୀଙ୍କୁ ଦାଦାବଟି ମାଗିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଜେଲ୍ ପରିସରର ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ମୋବାଇଲ୍ ନେଟ୍ୱର୍କ ଜାମ କରିବା ପାଇଁ ଜେଲ ପରିସରରେ ଜାମର୍ ଲଗାଯାଇଛି। ଏହା ସତ୍ତ୍ୱେ ଜଣେ ଅପରାଧୀ ଜେଲ୍ ଭିତରୁ କେମିତି ହ୍ୱାଟ୍ସପ୍ରେ କଲ୍ କଲା? ଏଥିରୁ ସ୍ପଷ୍ଟଭାବେ ବାରିହେଉଛି ଯେ, ଚୌଦ୍ୱାର ସର୍କଲ୍ ଜେଲର ଜାମର୍ କାମ କରୁନାହିଁ। ଏହାଛଡ଼ା ଜେଲରେ ଲାଗିଥିବା ସିସିଟିଭି ମଧ୍ୟ କାମ କରୁନଥିବା ଅଭିଯୋଗ ହୋଇଛି।
ଜେଲରେ ୪୮ଟି ସିସିଟିଭି ଲଗାଯାଇ କଏଦୀଙ୍କ ଗତିବିଧି ଉପରେ ନଜର ରଖାଯାଉଛିା ମାତ୍ର ସେଥିରୁ ୫ଟି ସିସିଟିଭି କାମ କରୁଥିବା ବେଳେ ଅନ୍ୟ ଗୁଡିକ ଅଚଳ ହୋଇଯାଇଛି। ପ୍ରତି ୧୦ ବନ୍ଦୀଙ୍କ ପାଇଁ ଜଣେ ଓ୍ୱାର୍ଡର ଆବଶ୍ୟକ ଥିବା ବେଳେ ହଜାର କଏଦୀଙ୍କ ପାଇଁ ମାତ୍ର ୧୫ ଓ୍ୱାର୍ଡର ଅଛନ୍ତି। ଚୌଦ୍ୱାର ଜେଲର କ୍ଷମତା ୭୨୮ ଥିବା ବେଳେ ଏବେ ୯୯୫ ଜଣ କଏଦି ଅଛନ୍ତିା ଜେଲରେ ଓ୍ୱାଚ୍ ଟାଓ୍ୱାର ଥିବା ବେଳେ ଓ୍ୱାଚ୍ର ନାହାନ୍ତି। ଅନେକ ସମସ୍ୟା ଜେଲ୍ ପରିସରରେ ଥିବା ବେଳେ ପ୍ରଶାସନିକ ସ୍ତରରେ ତାହା ପୂରଣ ହେଉନଥିବାରୁ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)