/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error800_1626159562.jpg)
odisha
ନରସିଂହପୁର: ମନ୍ଦିର ଭିତରେ ମର୍ଡର ! କରୋନା ଦୂର ହେବା ପାଇଁ ମନ୍ଦିର ଭିତରେ ପୂଜକ ଜଣେ ବ୍ୟକ୍ତିଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ସ୍ଥିତ ବ୍ରାହ୍ମଣୀଦେଈ ମନ୍ଦିରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ୫୨ ବର୍ଷୀୟ ସରୋଜ ପ୍ରଧାନ। ହତ୍ୟାକାରୀ ପୂଜକ ୭୦ ବର୍ଷୀୟ ସଂସାରୀ ଓଝା ବୋଲି ଜଣାପଡ଼ିଛି।
Advertisment
ବର୍ତ୍ତମାନ ସାରା ଦେଶ କରୋନା ସହ ଲଢ଼ୁ ଥିବାବେଳେ ଏହାକୁ ଦୂର କରିବାକୁ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଏଥିପାଇଁ ସେ ନରବଳି ଦେଇଥିବା ସଂସାରୀ କହିଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି।
ହତ୍ୟାକାଣ୍ଡ ଘଟାଇବା ପରେ ପୂଜକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ୍ ହତ୍ୟାରେ ବ୍ୟବୃହତ କଟୁରିକୁ ଜବତ କରିଛି। ଘଟଣାସ୍ଥଳରେ ନରସିଂହପୁର ପୁଲିସ୍ ଓ ଆଠଗଡ ଏସ୍ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Advertisment
Odisha Crime
Odisha Crime News
Odia News
Odia Khabar
Odisha Khabar
Khabar Odisha
Murder Inside Temple
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)