Advertisment

୧୨ ତାରିଖ ସୁଦ୍ଧା ରାଜଧାନୀରେ ସବୁଆଡେ ଜଳିବ ବିଜୁଳି

ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ଜୋରସୋରରେ ଚାଲିଥିବା ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଂଜୟ ସିଂ।  ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଜୁଳି ମିଳିଥିବା ସେ ସୂଚନା ଦେଇଛନ୍ତି। ପୂର୍ବ ଟାର୍ଗେଟ ଅନୁଯାୟୀ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ଓ ୧୨ ତାରିଖ ସୁଦ୍ଧା ସମସ୍ତଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ସେହିପରି ପୁରୀରେ ୧୨ ତାରିଖ ସୁଦ୍ଧା ବଡ଼ ଦାଣ୍ଡରେ ବିଜୁଳି […]

author-image
Otv Khabar Bureau
୧୨ ତାରିଖ ସୁଦ୍ଧା ରାଜଧାନୀରେ ସବୁଆଡେ ଜଳିବ ବିଜୁଳି

1

ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ଜୋରସୋରରେ ଚାଲିଥିବା ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ସଚିବ ସଂଜୟ ସିଂ।  ଆଜି ସୁଦ୍ଧା ଭୁବନେଶ୍ୱରରେ ମୋଟ ୮୬ ହଜାର ଉପଭୋକ୍ତାଙ୍କୁ ବିଜୁଳି ମିଳିଥିବା ସେ ସୂଚନା ଦେଇଛନ୍ତି।

Advertisment

ପୂର୍ବ ଟାର୍ଗେଟ ଅନୁଯାୟୀ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ଓ ୧୨ ତାରିଖ ସୁଦ୍ଧା ସମସ୍ତଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ସେହିପରି ପୁରୀରେ ୧୨ ତାରିଖ ସୁଦ୍ଧା ବଡ଼ ଦାଣ୍ଡରେ ବିଜୁଳି ଦେବାକୁ କାମ ଚାଲିଛି ବୋଲି କହିଛନ୍ତି ସିଂ।

ସେହିପରି ୧୫ ତାରିଖ ସୁଦ୍ଧା ପୁରୀ ଓ କୋଣାର୍କ ସହରର ପ୍ରତି ଘରକୁ ବିଦ୍ୟୁତ୍‌ ପହଞ୍ଚିବ ବୋଲି କୁହାଯାଇଥିଲେ ମଧ୍ୟ ଏଥିରେ ସମସ୍ୟା ଦେଖାଦେଇପାରେ।  ତେଣୁ ୫୦୦ ଆଇଟିଆଇ ଛାତ୍ରଙ୍କ ସହଯୋଗ ନିଆଯାଇଛି। ଏହି ଟିମ୍‌ରେ ଥିବା ଛାତ୍ର ଘରକୁ ଘର ଯାଇ ବିଦ୍ୟୁତ୍‌ ସଂଯୋଗରେ ସହାୟତା କରିବେ। ପୁରୀରେ ୧୭୩ଟି ATMରୁ ୨୦ଟି କାର୍ଯ୍ୟକ୍ଷମ ହୋଇଯାଇଥିବା ବେଳେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୧୧୬୪ଟି ATMରୁ ୧୯୭ଟି କାର୍ଯ୍ୟକ୍ଷମ ଅଛି । କଟକ ସହର ଓ ଜିଲ୍ଲାରେ ୫୯୩ ATMରୁ ୧୬୨ଟି କାର୍ଯ୍ୟକ୍ଷମ ହୋଇଥିବା ସିଂ ସୂଚନା ଦେଇଛନ୍ତି ।

Advertisment

ବାଲୁଖଣ୍ଡ ଓ ନନ୍ଦନକାନନରେ କୌଣସି ବନ୍ୟଜନ୍ତୁ ମରିଥିବା ରିପୋର୍ଟ ନାହିଁ ବୋଲି କହିଛନ୍ତି ସଚିବ ସିଂ।

Right Top
Advertisment
Advertisment