/odishatv-khabar/media/post_attachments/uploadimage/library/16_9/16_9_0/president-2_1626686852.jpg)
president
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରବିବାର ପାଇକ ବିଦ୍ରୋହ ସ୍ମୃତିସ୍ଥଳର କରିବେ ଶିଳାନ୍ୟାସ। ବାଣୀବିହାର ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗ ଦେବେ।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି। ଆସନ୍ତାକାଲି ସାଢେ ୭ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ରାଜଭବନରେ ରାତ୍ରି ଯାପନ କରିବା ପରେ ୮ତାରିଖରେ ଖୋର୍ଦ୍ଧା ବରୁଣେଇ ପାହାଡସ୍ଥଳକୁ ଯାଇ ସେଠାରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳର ଶିଳାନ୍ୟାସ କରିବେ। ସେହିପରି ଦିନ ୧୨ଟା ୩୫ରେ ଉତ୍କଳ ୟୁନିଭରସିଟି ପ୍ଲାଟିନମ ଜୁବୁଲି ଉଦ୍ଯାପନୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ବରୁଣେଇ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଅନ୍ତରୀଣ ପୁଲିସ ଡିଜି ସତ୍ୟଜିତ ମହାନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇଦିନିଆ ଓଡ଼ିଶାଗସ୍ତ ଏଥିପାଇଁ ଯୋରସୋରରେ ଚାଲିଛି ପ୍ରସ୍ତୁତି। ୭ ତାରିଖ ସାଢେ ୭ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ରାଜଭବନ ଯାଇ ରାତ୍ରି ଯାପନ କରିବେ। ୮ ତାରିଖ ସକାଳ ୯ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଖୋର୍ଦ୍ଧା ଗୋଶାଳା ପଡିଆସ୍ଥିତ ହେଲିପ୍ୟାଡକୁ ଯିବେ। ସେଠାରୁ ଖୋର୍ଦ୍ଧା ବରୁଣେଇ ପାହାଡସ୍ଥଳକୁ ଯାଇ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ସହିଦ ସ୍ମାରକୀର ଶିଳାନ୍ୟାସ କରିବେ। ଏଥିପାଇଁ ବରୁଣେଇ ନିକଟରେ ୯ଏକର ୫୪୦ ଡିସିମିଲ ଜାଗା ଚିହ୍ନଟ କରାଯାଇଛି। ରାଷ୍ଟ୍ରପତି ସେଠାରେ ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଯୋଗ ଦେଇ ଉଦବୋଧନ ଦେବେ। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଜି ଅନ୍ତରୀଣ ପୁଲିସ ଡିଜି ସତ୍ୟଜିତ ମହାନ୍ତି ଗୋଶାଳା ପଡ଼ିଆ ଓ ବରୁଣେଇ ସଭାସ୍ଥଳ ବୁଲି ଦେଖିବା ସହ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। ବିଜୁପଟ୍ଟନାୟକ ସ୍ପୋଟର୍ସ କମ୍ପ୍ଲେକ୍ସରେ ପ୍ଲାଟିନମ୍ ଜୁବୁଲି ଉଦ୍ଯାପନୀ ଉତ୍ସବ ଲାଗି ଷ୍ଟେଜ ପ୍ରସ୍ତୁତ ହୋଇଛି। ଛାତ୍ରଛାତ୍ରୀ ଓ ଆଲୁମିନି ଏଥିରେ ଉପସ୍ଥିତି ରହିବେ। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହ ଉଭୟ ଭୁବନେଶ୍ୱର ଓ ବରୁଣେଇରେ କାର୍କେଡ ରିହରସାଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସମୁଦାୟ ୫୦ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।
ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ବାଣୀବିହାର ପରିସରରୁ ରାଜଭବନ ଅଭିମୁଖେ ଯିବେ। ସେଠାରେ ମଧ୍ୟାହ୍ନ ଭୋଜନ ସହ କିଛି ସମୟ ବିଶ୍ରାମ ନେବେ। ପରେ ସାଢ଼େ ୫ଟାରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)