/odishatv-khabar/media/post_attachments/uploadimage/library/16_9/16_9_0/president_1626686603.jpg)
president
ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତିର ସମୀକ୍ଷା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ଯେ, ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସ୍ୱତନ୍ତ୍ର ବିମାନରେ ଆସି ୭ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଭୁବନେଶ୍ୱରସ୍ଥିତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବେ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବାପରେ ସେ ସିଧାସଳଖ ରାଜଭବନ ଯିବେ। ରାଜଭବନରେ ସେ ରାତି ବିତାଇବେ। ସକାଳ ପ୍ରାୟ ସାଢ଼େ ୯ଟାବେଳେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସଡ଼କ ମାର୍ଗରେ ଖୋର୍ଦ୍ଧାର ବରୁଣେଇ ଯିବେ। ସେଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବେ।
ରାଷ୍ଟ୍ରପତି ସେଠାରୁ ସିଧାସଳଖ ବାଣୀବିହାର ଯାଇ ପ୍ରାୟ ୧୨ଟା ୪୦ମିନିଟ୍ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ସରିବା ପରେ ସେ ରାଜଭବନ ଫେରି ମଧ୍ୟାହ୍ନ ଭୋଜନ କରିବେ। ତା’ପରେ ଅପରାହ୍ନ ୫ଟାରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ତେବେ ଭୁବନେଶ୍ୱର ରେଳ ଷ୍ଟେସନ୍କୁ ମଲ୍ଟି ମୋଡାଲ୍ ହବ୍ କରିବା ନିମନ୍ତେ ପ୍ରସ୍ତାବିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ ନାହିଁ। ଗତ ସେପ୍ଟେମ୍ୱର ୧୯ ତାରିଖରେ ଏହି ମଲ୍ଟି ମୋଡାଲ ହବ୍ ପାଇଁ ରାଜ୍ୟ ସରକାର ଓ ରେଳବାଇ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଥିଲା। ଓଡ଼ିଶା ସରକାର ଏଥିପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।
ରାଜଭବନରେ ରାଷ୍ଟ୍ରପତିଙ୍କ ରାତି ରହଣୀ ଓ ସେ ସଡ଼କ ମାର୍ଗରେ ଖୋର୍ଦ୍ଧା ଯିବାର କାର୍ଯ୍ୟକ୍ରମ ରହିଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାରେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ଆଜିର ସମୀକ୍ଷା ବୈଠକରେ ବୈଠକରେ ଗୃହ ସଚିବ ସଞ୍ଜିବ ଚୋପ୍ରା, ପୁଲିସ ଡିଜି ସତ୍ୟଜିତ୍ ମହାନ୍ତି. ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଳା ପ୍ରମୁଖ ବୈଠକରେ ଗୃହ ସଚିବ ସଞ୍ଜିବ ଚୋପ୍ରା, ପୁଲିସ ଡିଜି ସତ୍ୟଜିତ୍ ମହାନ୍ତି. ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ପ୍ରମୁଖ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)