/odishatv-khabar/media/media_files/2026/02/02/president-droupadi-murmu-in-bhubaneswar-2026-02-02-19-16-04.jpg)
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ Photograph: (OTV)
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି। ଆଜି ଲୋକଭବନରେ ରାତ୍ରିପାଯନ କରିବେ। ଏହି ଗସ୍ତକାଳରେ ୫ ଜିଲ୍ଲାରେ ରାଷ୍ଟ୍ରପତିଙ୍କର କାର୍ଯ୍ୟକ୍ରମ ରହିଛି। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ ବିତାଇବେ ୬ ଦିନ।
ମଙ୍ଗଳବାର ଯାଜପୁର ଯିବାର ରହିଛି କାର୍ଯ୍ୟକ୍ରମ। ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ ସହ ମନ୍ଦିରରେ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ବିତାଇବେ ରାଷ୍ଟ୍ରପତି। ସେଠୁ ସେ ଯିବେ ବାଲେଶ୍ବର। ଫକୀରମୋକନ ବିଶ୍ବବିଦ୍ୟାଳୟ ୧୨ତମ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଭେଟିବେ। ୩ ତାରିଖ ସଂଧ୍ୟାରେ ପୁରୀରେ ପହଞ୍ଚି ରାତ୍ରିଯାପନ କରିବେ। ୪ ତାରିଖରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସାରି ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି।
ଏହାପ୍ରେ ପୁରୀରୁ ସିଧା ଯିବେ ମୟୁରଭଞ୍ଜ ରାଇରଙ୍ଗପୁର। ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରି ଜନ୍ମମାଟିରେ ଲୋକଙ୍କୁ ଭେଟିବେ ରାଷ୍ଟ୍ରପତି। ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ୫ ତାରିଖ ଦିନ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ ପରେ ଅପରାହ୍ନରେ ସେ ଯଶୀପୁର ଦେଇ ପ୍ରକୃତିର ଶୋଭାରାଜି ଶିମିଳିପାଳ ଅଭୟାରଣ୍ୟକୁ ଯିବେ। ସେଠାରେ ରାତ୍ରୀଯାପନ କାର୍ଯ୍ୟକ୍ରମ ରହିଛି।
୬ ତାରିଖରେ ଶିମିଳିପାଳ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)