Advertisment

ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ; ବିଜେପି, ବିଜେଡି ଓ କଂଗ୍ରେସ ଗୋଟି ଚାଳନାରେ ବ୍ୟସ୍ତ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗ କହିବା ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ ଗ୍ରାଉଣ୍ଡକୁ ଯାଇ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ବିଜେଡି ଓ ବିଜେପି ଷ୍ଟ୍ରାଟେଜି କରିବାରେ ବ୍ୟସ୍ତ। ସବୁଠାରୁ ବଡ଼ ପ୍ରଶ୍ନ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ? ବାଲେଶ୍ୱର ସଦରକୁ ଦେଖିଲେ ୨୦୧୯ରେ ଏଠାରୁ ଜିତିଥିଲେ ବିଜେପିର […]

ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ; ବିଜେପି, ବିଜେଡି ଓ କଂଗ୍ରେସ ଗୋଟି ଚାଳନାରେ ବ୍ୟସ୍ତ

political partu

Advertisment

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗ କହିବା ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ ଗ୍ରାଉଣ୍ଡକୁ ଯାଇ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ବିଜେଡି ଓ ବିଜେପି ଷ୍ଟ୍ରାଟେଜି କରିବାରେ ବ୍ୟସ୍ତ। ସବୁଠାରୁ ବଡ଼ ପ୍ରଶ୍ନ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ?

Advertisment

ବାଲେଶ୍ୱର ସଦରକୁ ଦେଖିଲେ ୨୦୧୯ରେ ଏଠାରୁ ଜିତିଥିଲେ ବିଜେପିର ମଦନ ମୋହନ ଦତ୍ତ। ତାଙ୍କ ଦେହାନ୍ତ ପରେ ପୁଅ ମାନସ ଦତ୍ତ ଏବେ ବିଜେପିର ସବୁଠୁ ବଡ଼ ଦାବିଦାର। ବାଲେଶ୍ୱରର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ଥିବା ଚର୍ଚ୍ଚା ହେଉଛି। ବିଜେଡିରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ସୁଭାଷିନୀ ଜେନା ମଧ୍ୟ ଦାବିଦାର ବୋଲି କୁହଯାଉଛି।

ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ହାରିଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଟିକଟ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି। ଏହାରି ଭିତରେ କଂଗ୍ରେସ୍‌ରେ କେତେକ ନେତା ବାଲେଶ୍ୱର ଯାଇ ପ୍ରାରମ୍ଭିକ ବୈଠକ କରିସାରିଛନ୍ତି।

Advertisment

ଦଳରୁ ଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଥିବା ମାନସ ଦାସ ପଟ୍ଟନାୟକ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ନୂଆ ନାଁ ଭାବେ କଂଗ୍ରେସ ନେତା ବିକ୍ରମ ପଣ୍ଡା ଅନ୍ୟତମ ଦାବିଦାର ବୋଲି କୁହଯାଉଛି।

ଏଣେ ତିର୍ତ୍ତୋଲ ଆସନ ପାଇଁ ବି ଚାଲିଛି ଜୋରଦାର କସରତ। ଏଠାରୁ ବିଧାୟକ ଥିବା ବିଷ୍ଣୁଦାସଙ୍କ ଦେହାନ୍ତ ପରେ ତାଙ୍କ ପୁଅ ବିଜୟ ଶଙ୍କର ଦାସ ବିଜେଡିର ପ୍ରମୁଖ ଦାବିଦାର ଅଛନ୍ତି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ବିଜେପିରୁ ବିଭୁ ପ୍ରସାଦ ତରାଇ ଓ ରମାକାନ୍ତ ଭୋଇ ରେସ୍‌ରେ ଥିବା କୁହାଯାଉଛି। ତେଣେ କଂଗ୍ରେସରୁ ଆଶାୟୀ ଅଛନ୍ତି ଦେବୀପ୍ରସନ୍ନ ମଲ୍ଲିକ, ପ୍ରତିମା ମଲ୍ଲିକ ଓ ହିମାଂଶୁ ଭୂଷଣ ମଲ୍ଲିକ। ତେବେ ଦଳ କାହାକୁ ପ୍ରାର୍ଥୀ କରୁଛି, ତାହା ଦେଖିବାକୁ ବାକି ରହିଲା।

Advertisment

ସାଧାରଣ ନିର୍ବାଚନ ପରେ ପାଟକୁରାରେ ନିର୍ବାଚନ ସହିତ ବିଜେପୁରରେ ବାଇ-ଇଲେକ୍ସନ ହୋଇଥିଲା। ଉଭୟ ଆସନରେ ବାଜିମାତ କରିଥିଲା ବିଜେଡି। ଏବେ କୋଭିଡ ମହାମାରୀ ଓ ବନ୍ୟା ଦୁର୍ଦ୍ଦଶା ଭିତରେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାନରେ କିଭଳି ପ୍ରଚାର ହେବ ଓ କିଏ ବାଜି ମାରିବ ତା ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ