Advertisment

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

କୋରାପୁଟ: ଭାରାରେ ବୁହାହେଲେ ଆସନ୍ନ ପ୍ରସବା। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିଲାନି। ଫଳରେ ରାସ୍ତା ମଝିରେ ଅନ୍ଧାର ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା। କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ କାଳିଆମ୍ବରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଗତକାଲି ରାତିର କାଳିଆମ୍ବର କୈଳାଶ ସାହୁଙ୍କ ସ୍ତ୍ରୀ କବିତାଙ୍କ ପ୍ରସବ ବେଦନା ହେବାରୁ ୧୦୨କୁ ଫୋନ କରିଥିଲେ ପରିବାର ଲୋକେ। ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ […]

author-image
Ranjeet Kumar Jena
ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

pregnant

କୋରାପୁଟ: ଭାରାରେ ବୁହାହେଲେ ଆସନ୍ନ ପ୍ରସବା। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଆସି ପାରିଲାନି। ଫଳରେ ରାସ୍ତା ମଝିରେ ଅନ୍ଧାର ରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା। କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ କାଳିଆମ୍ବରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Advertisment

ସୂଚନା ଅନୁଯାୟୀ, ଗତକାଲି ରାତିର କାଳିଆମ୍ବର କୈଳାଶ ସାହୁଙ୍କ ସ୍ତ୍ରୀ କବିତାଙ୍କ ପ୍ରସବ ବେଦନା ହେବାରୁ ୧୦୨କୁ ଫୋନ କରିଥିଲେ ପରିବାର ଲୋକେ। ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରି ନଥିଲା। ତେଣୁ ଗାଁଠୁ ୩ କିଲୋମିଟର ଭାରାରେ ବୁହା ହୋଇ ଯିବାବେଳେ ଘାଟି ରାସ୍ତାରେ ସନ୍ତାନ ଜନ୍ମ ଦେଇଥିଲେ।

ତେବେ ରାସ୍ତା ମଝିରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସରେ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ବର୍ତ୍ତମାନ ଦଶମନ୍ତପୁର ଡାକ୍ତରଖାନାରେ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।

Advertisment
Advertisment
Advertisment