Advertisment

ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର: କଂଗ୍ରେସର ହାତ ଧରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟୁଷା କଂଗ୍ରେସରେ ମିଶିବା ନେଇ ଚିଠି ଦେଇଛନ୍ତି। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସେ ଆନୁଷ୍ଠାନିକ ଭାବେ ଯୋଗଦେବେ। ତେବେ କେଉଁଠୁ ସେ ପ୍ରାର୍ଥୀ ହେବେ ସେ ନେଇ କିଛି ସ୍ପଷ୍ଟ ହୋଇ ନଥିବାବେଳେ କନ୍ଧମାଳ ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ଚୂଡ଼ାନ୍ତ […]

author-image
Jyotsnamayee Pradhan
ହାତ ଧରିବେ ପ୍ରତ୍ୟୁଷା

pratyiusha

ଭୁବନେଶ୍ୱର: କଂଗ୍ରେସର ହାତ ଧରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସ୍ପଷ୍ଟ କରିଛନ୍ତି।

Advertisment

ସେ କହିଛନ୍ତି ଯେ, ପ୍ରତ୍ୟୁଷା କଂଗ୍ରେସରେ ମିଶିବା ନେଇ ଚିଠି ଦେଇଛନ୍ତି। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସେ ଆନୁଷ୍ଠାନିକ ଭାବେ ଯୋଗଦେବେ। ତେବେ କେଉଁଠୁ ସେ ପ୍ରାର୍ଥୀ ହେବେ ସେ ନେଇ କିଛି ସ୍ପଷ୍ଟ ହୋଇ ନଥିବାବେଳେ କନ୍ଧମାଳ ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଛି। ଆଉ ପରିବର୍ତ୍ତନ ହେବ ନାହିଁ।

ତେଣୁ ସେ ଯଦି ନୟାଗଡ଼ ବିଧାନସଭା କିମ୍ବା ପୁରୀ ଲୋକସଭା ଆସନରେ ଛିଡ଼ା ହେବାକୁ ଇଛା ପ୍ରକାଶ କରିବେ, ତେବେ ତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Advertisment

ଗତକାଲି ପ୍ରତ୍ୟୁଷା ବିଜେଡିରୁ ଇସ୍ତଫା ଦେଇଥିଲେ। ଟି଼କେଟକୁ ନେଇ ଅସନ୍ତୋଷ କାରଣରୁ ସେ ଦଳ ଛାଡ଼ିଥିଲେ।

Advertisment
Advertisment