arrest
ଭୁବନେଶ୍ୱର: ସହିଦ ନଗର ଥାନା ଅଧିକାରୀ ଓ ଏଏସ୍ଆଇଙ୍କୁ ମାଡ଼ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ସେ ବିଜୁ ଯୁବ ଜନତା ଦଳର ଉପସଭାପତି ଅଛନ୍ତି।
ଗତ ୩ ତାରିଖ ରାତିରେ ଥାନା ଭିତରେ ପଶି ବିଜେଡିର କିଛି ନେତା ଓ କର୍ମୀ ପୁଲିସ୍କୁ ନିର୍ଧୂମ ପିଟିଥିଲେ। ଭିଏସ୍ଏସ୍ନଗରରେ ଏକ କାର୍ ସହ ବାଇକ୍ର ଧକ୍କା ହେବା ପରେ ଦୁଇ ଗୋଷ୍ଠୀ ଥାନାରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ କାର୍ଟି ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ଜଣେ ବନ୍ଧୁଙ୍କର ଥିଲା। ପୁଲିସ୍ କର୍ମଚାରୀଙ୍କ ସମେତ ପୁଲିସ୍ ହେପାଜତରେ ଥିବା ଅନ୍ୟ ୩ ଯୁବକଙ୍କୁ ବିଜେଡି ନେତା ପ୍ରକାଶ ତ୍ରିପାଠୀ ଏବଂ ତାଙ୍କ ସମର୍ଥକ ନିସ୍ତୁକ ମାଡ଼ ମାରିଥିବା ପୁଲିସ୍ କର୍ମଚାରୀ ଅଭିଯୋଗ କରିଥିଲେ।
ଏହି ମାମଲା ପରଠୁ ପ୍ରକାଶ ଫେରାର ଥିଲେ। ତେବେ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ କମିଶନରେଟ୍ ପୁଲିସ୍ ଉପରେ ପ୍ରବଳ ଚାପ ପଡ଼ିଥିଲା। ପ୍ରକାଶଙ୍କୁ ପୁଲିସ ଗିରଫ କରିବା ପରେ ତାଙ୍କୁ ଦଳ ଓ ପଦରୁ ନିଲମ୍ବିତ କରିଛି ବିଜେଡି।
ପୂର୍ବରୁ ଏହି ମାମଲାରେ ବିଜେଡି ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ଅମିତ ଜେନାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/arrest-12_1626757373.jpg)