/odishatv-khabar/media/post_attachments/uploadimage/library/16_9/16_9_0/lokayukta_1625459763.jpg)
lokayukta
ଭୁବନେଶ୍ୱର: ପିପିଇ ଓ ମାସ୍କ କିଣାର କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗର ଶୁଣାଣି ଘୁଞ୍ଚିଛି। କାରଣ ସେତେବେଳେ ପ୍ରୋକ୍ୟୁରମେଣ୍ଟ କମିଟିର ଅଧ୍ୟକ୍ଷ ଥିବା ଆଇଏଏସ୍ ହେମନ୍ତ ଶର୍ମା ଆଜି ଲୋକାୟୁକ୍ତଙ୍କ ନିକଟରେ ନିଜେ ହାଜର ହେଲେ ନାହିଁ କି ନିଜ ପକ୍ଷ ରଖିଲେ ନାହିଁ। ଯେଉଁଥିପାଇଁ ଆଜି ଶୁଣାଣି ହୋଇପାରିଲା ନାହିଁ। ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ପକ୍ଷଭୁକ୍ତଙ୍କୁ ନୋଟିସ କରିଛନ୍ତି ଲୋକାୟୁକ୍ତ।
ତେବେ ଏହାକୁ ନେଇ ଲୋକାୟୁକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାସ୍କ ଓ ପିପିଇ କିଟ୍ ସ୍କାମକୁ ନେଇ କଂଗ୍ରେସ ଏବଂ ଓଡ଼ିଶା ବିକାଶ ପରିଷଦ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏମାନେ ଉପସ୍ଥିତ ଥିଲେ ସୁଦ୍ଧା ପକ୍ଷଭୁକ୍ତଙ୍କ ପାଖରୁ କୌଣସି ଉତ୍ତର ଆସିନଥିବାରୁ ଲୋକାୟୁକ୍ତ ଶୁଣାଣି ଘୁଞ୍ଚାଇ ଦେଇଥିବା କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ଅଭିଯୋଗ କରିଛନ୍ତି।
ଏ ନେଇ କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି, ସରକାରଙ୍କ ପକ୍ଷରୁ ଯେଉଁ ଅଫିସରମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନେ ଆଜି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଆମେ ଲୋକାୟୁକ୍ତଙ୍କୁ ନିବେଦନ କରିଥିଲୁ। ଲୋକାୟୁକ୍ତ ମଧ୍ୟ ଅଧିକାରୀଙ୍କ ଦ୍ୱାରା ଏଭଳି ଆଚରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଶି ପାଇଁ ସେପ୍ଟେମ୍ବର ୧୪ ସ୍ଥିର ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)