Advertisment

Power Cut During Surgery at MKCG: ଓଟିରେ ଚାଲିଥିଲା ସର୍ଜରୀ, କଟିଗଲା ଲାଇନ୍; ଅନ୍ଧାରରେ ଚାଲିଲା ଅସ୍ତ୍ରୋପଚାର

ବେଡରେ ରୋଗୀକୁ ଶୁଆଇ ହାତରେ ସରଞ୍ଜାମ ଧରି ଅପରେସନ କରୁଥିଲେ ଡାକ୍ତର। ଠିକ୍ ଏତିକି ବେଳେ କଟିଲା ଲାଇନ୍ ଆଉ କିଟି କିଟି ଅନ୍ଧାର ହୋଇଗଲା ପୂରା ଓଟି। ହଟହଟା ହେଲେ ରୋଗୀ। ନାକେଦମ ହେଲେ ଡାକ୍ତର।

author-image
Pramod Behera
Power Cut During Surgery at MKCG

ଓଟିରେ ଚାଲିଥିଲା ସର୍ଜରୀ, କଟିଗଲା ଲାଇନ୍ Photograph: (OTV)

ଓଟିରେ ଚାଲିଥିଲା ସର୍ଜରୀ, କଟିଗଲା ଲାଇନ୍। ଅନ୍ଧାରରେ ଚାଲିଲା ଅସ୍ତ୍ରୋପଚାର। MKCGରେ ହେଲା ଅନ୍ଧାରୀ ଚିକିତ୍ସା। କଲବଲ ହେଲେ ରୋଗୀ, ନାକେଦମ୍ ହେଲେ ଡାକ୍ତର।

Advertisment

ବେଡରେ ରୋଗୀକୁ ଶୁଆଇ ହାତରେ ସରଞ୍ଜାମ ଧରି ଅପରେସନ କରୁଥିଲେ ଡାକ୍ତର। ଠିକ୍ ଏତିକି ବେଳେ କଟିଲା ଲାଇନ୍ ଆଉ କିଟି କିଟି ଅନ୍ଧାର ହୋଇଗଲା ପୂରା ଓଟି। ହଟହଟା ହେଲେ ରୋଗୀ। ନାକେଦମ ହେଲେ ଡାକ୍ତର। ତା’ ପରେ ହାତରେ ମୋବଇଲ ଟର୍ଚ୍ଚ ମାରି ରୋଗୀ ଦେଖିଲେ।  ଦେଖନ୍ତୁ ଏ ଭିଡିଓକୁ। ଇଏ କୌଣସି ଉପାନ୍ତ ଅଞ୍ଚଳରେ ଥିବା ହସ୍ପିଟାଲର ଚିତ୍ର ନୁହେଁ। ଦକ୍ଷିଣ ଓଡ଼ିଶାର ଚିକିତ୍ସାର ହାର୍ଟ କୁହାଯାଉଥିବା ଏମକେସିଜି ତଥା ବ୍ରହ୍ମପୁର ବଡ଼ ମେଡିକାଲ କଲେଜର ଚିତ୍ର। 

ବ୍ରହ୍ମପୁର ବଡ଼ ମେଡିକାଲ। ଦକ୍ଷିଣ ଓଡ଼ିଶାର ପ୍ରାୟ ଅଧାରୁ ଅଧିକାଂଶ ଲୋକେ ଏହା ଉପରେ ନିର୍ଭର କରନ୍ତି। ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଲେ ରୋଗୀ ଧାଇଁ ଆସନ୍ତି ଏଠାକୁ। ରାୟଗଡାଜିଲା ପଦ୍ମପୁରର ଅଞ୍ଚଳର ବି ଜଣେ ରୋଗୀ ଏଠାକୁ ଆସିଥିଲେ। ମଙ୍ଗଳବାର ସକାଳ ପ୍ରାୟ ୧୦ଟା। ଅସ୍ତ୍ରୋପଚାର ପାଇଁ ତାଙ୍କୁ ଓଟିକୁ ନିଆଯାଇଥିଲା। 

Advertisment

ଚାଲିଥିଲା ଅପରେସନ୍ ଠିକ୍ ଏତିକି ବେଳେ କଟିଯାଇଥିଲା ବିଦ୍ୟୁତ୍। ବିକଳ୍ପ ଭାବେ ଓଟିରେ ଲାଗିଥିବା ୟୁପିଏସ୍‌ ବି କାମ କରି ନଥିଲା। ପରେ ଜେନେରେଟରରୁ ସର୍ଜରୀ କୋଠାକୁ ବିଦ୍ୟୁତ ଆସିଥିଲା ସତ, କିନ୍ତୁ ଅପରେସନ ଗୃହ ଯାଏଁ ପହଞ୍ଚି ନଥିଲା। ଫଳରେ କିଛି ସମୟ ପାଇଁ ପୂରା ଅନ୍ଧାର ହୋଇଯାଇଥିଲା ଓଟି। 

ଏହି ଖବରର ଭିଡିଓ ଦେଖିବାକୁ ଚାହୁଥିଲେ ତଳେ କ୍ଲିକ୍ କରନ୍ତୁ:

ୟୁପିଏସ୍‌ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉ ନଥିବାରୁ ଏହି ବିଦ୍ୟୁତ ବିଭ୍ରାଟ ହୋଇଥିବା କୁହାଯାଉଛି। ଯାହାର ରକ୍ଷଣା ବେକ୍ଷଣଦାୟିତ୍ୱ MKCG ଜିଇଡ଼ି ବିଭାଗର। ତେବେ ଏ ସଂପର୍କରେ ଜିଇଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେପଟେ ବିଦ୍ୟୁତ ବିଭ୍ରାଟ କଥାକୁ ସ୍ୱୀକାର କରିଛନ୍ତି MKCG ସୁପରିଣ୍ଟେଣ୍ଡେଣ୍ଟ।

ଏଠାରେ ପ୍ରଶ୍ନ ଉଠୁଛି, ଏମକେସିଜି ଭଳି ଏତେ ବଡ଼ ହସ୍ପିଟାଲରେ ଏ ଅବ୍ୟବସ୍ଥା କାହିଁକି। ବ୍ୟାକଅପ ସିଷ୍ଟମ କାହିଁକି କରାଯାଇ ନଥିଲା। ଏମିତି କିଛି ସ୍ଥିତି ହୋଇପାରେ ବୋଲି କାହିଁକି ପୂର୍ବରୁ ଭାବି ନ ଥିଲେ କର୍ତ୍ତୃପକ୍ଷ। ସରକାର ଏସିବି ଭଳି ଏମକେସିଜିକୁ ଏମ ପ୍ଲସ ହସ୍ପିଟାଲ କରିବାକୁ ଯୋଜନା ରଖିଛନ୍ତି। ଯଦି ସେଠାରେ ଏଭଳି ଗୁରୁତର ଘଟଣା ଘଟିବ ତାହା ହେଲେ ରୋଗୀ କାହା ଭରସାରେ ସେଠାକୁ ଯିବେ। 

Health MKCG Medical College And Hospital Patient
Advertisment
Advertisment