Advertisment

ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି : ପୋଷ୍ଟମର୍ଟମ ରିପୋର୍ଟ

ସୁନ୍ଦରଗଡ଼ : ଶ୍ୱାସରୁଦ୍ଧ ହୋଇ ଯାଇଛି ରାଜଗାଙ୍ଗପୁରରେ ମୃତ୍ୟୁ ବରଣ କରିଥିବା  ୪ଜଣଙ୍କ ଜୀବନ। ଶବ ବ୍ୟବଛେଦ ରିପୋର୍ଟରେ ଏନେଇ ତଥ୍ୟ ଦିଆଯାଇଛି।   ବିଷକ୍ରିୟା ଜନିତ ମୃତ୍ୟୁ ନେଇ କୌଣସି ପ୍ରମାଣ ମିଳିପାରିନି । ଏହା ପରେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଉଲ୍ଲେଖନୀୟ ଯେ, ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପୂରା ପରିବାରର ରହସ୍ୟଜନକ ମୃତ୍ୟୁକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ବାହାରେ ତାଲା ଝୁଲୁଥିଲା […]

author-image
Pradesh Pratyush
ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି : ପୋଷ୍ଟମର୍ଟମ ରିପୋର୍ଟ

suspicious death

ସୁନ୍ଦରଗଡ଼ : ଶ୍ୱାସରୁଦ୍ଧ ହୋଇ ଯାଇଛି ରାଜଗାଙ୍ଗପୁରରେ ମୃତ୍ୟୁ ବରଣ କରିଥିବା  ୪ଜଣଙ୍କ ଜୀବନ। ଶବ ବ୍ୟବଛେଦ ରିପୋର୍ଟରେ ଏନେଇ ତଥ୍ୟ ଦିଆଯାଇଛି।   ବିଷକ୍ରିୟା ଜନିତ ମୃତ୍ୟୁ ନେଇ କୌଣସି ପ୍ରମାଣ ମିଳିପାରିନି । ଏହା ପରେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Advertisment

ଉଲ୍ଲେଖନୀୟ ଯେ, ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପୂରା ପରିବାରର ରହସ୍ୟଜନକ ମୃତ୍ୟୁକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି ।

publive-imageବାହାରେ ତାଲା ଝୁଲୁଥିଲା ଓ ଭିତରେ ପଡ଼ିଥିଲା ମୃତଦେହ। ଜଣେ କି ଦୁଇ ଜଣ ନୁହଁ, ଦୁଇ ପିଲା ଏବଂ ବାପା, ମାଆଙ୍କ ମରଶରୀର ପଡ଼ିଥିଲା ବନ୍ଦ ଘରେ। ଗୋଟିଏ ପଲଙ୍କରେ କମ୍ବଳ ଘୋଡ଼ାଇ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଏହି ୪ ଜଣ।

Advertisment

ଗୋଟିଏ କଡ଼ରେ ପତ୍ନୀ ଅଳ୍ପନା ଆଉ ମଝିରେ ଦୁଇ କୁନି ପିଲାଙ୍କ ମୃତଦେହ। ଘର ବାହାରେ ଫାଟି ପଡ଼ୁଥିଲା ଦୁର୍ଗନ୍ଧ। କିଏ କହୁଛନ୍ତି ହତ୍ୟା ତ ଆଉ କିଏ କହୁଛନ୍ତି ଆତ୍ମହତ୍ୟା।

ପଡ଼ୋଶୀଙ୍କ କହିବା କଥା ହେଲା, ଗତ ଗୁରୁବାର ରାତିଠୁ ଆଉ କାହାରି ଦେଖାମିଳିନଥିଲା। ଶୁକ୍ରବାର ସକାଳେ ଦୁର୍ଗନ୍ଧ ହେବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିଛି ପୁଲିସ।

Advertisment
Advertisment