/odishatv-khabar/media/post_attachments/uploadimage/library/16_9/16_9_0/bima_1626692555.jpg)
bima
ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବୀମା ପ୍ରଦାନ ଉପରେ ଗୁରୁତ୍ୱ । ଅଯଥା ଡକୁମେମେଣ୍ଟ ନ ମାଗି ସରଳ ଉପାୟରେ ବୀମା ଟଙ୍କା ପ୍ରଦାନ କରିବାକୁ ସମସ୍ତ ବୀମା କଂପାନୀଙ୍କୁ କୁହାଯାଇଛି। କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଚାଷୀ, କ୍ଷୁଦ୍ରଶିଳ୍ପ, ହୋଟେଲ ମାଲିକ ପ୍ରାଥମିକ ଡକ୍ୟୁମେଣ୍ଟ ଦେଇ ବୀମା ଟଙ୍କା ପାଇପାରିବେ ।
ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରାଯିବ । ଛୋଟ ଛୋଟ ବ୍ୟବସାୟୀଙ୍କୁ ଋଣର ରିଷ୍ଟ୍ରକଚର କରି ସରଳ ଉପାୟରେ ଋଣ ଦିଆଯିବ । ଫସଲ ବୀମା ପାଇଁ କେରଳ ମଡେଲ ଆପଣାଇବା ସହ ଋଣ ପାଇଁ ସର୍ତ୍ତ କୋହଳ କରାଯିବ । ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ଆଜି ଭୁବନେଶ୍ୱରରେ ବସିଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସମୀକ୍ଷା ବୈଠକରେ ସମସ୍ତ ବ୍ୟାଙ୍କ, ବୀମା କମ୍ପାନୀ ମାନଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ ଥିବା ୧୯୯୨ ବ୍ୟାଙ୍କ ଶାଖା ମଧ୍ୟରୁ ୧୯୩୪ଟି ଶାଖା କାର୍ଯ୍ୟକ୍ଷମ ରହିଛି । ସେହିପରି ୨୯୨୧ଟି ଏଟିଏମ୍ କାଉଣ୍ଟର ମଧ୍ୟରୁ ୨ହଜାରରୁ ଅଧିକ ଏଟିଏମ୍ ଖୋଲିଛି ବୋଲି ସୂଚନା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)