Advertisment

Odisha Adarsha Vidyalaya: ଯେଉଁଠି ଆଗାମୀ ଭବିଷ୍ୟତ ମାନେ ସ୍ୱପ୍ନ ଦେଖନ୍ତି ସେଠି ଘୁରି ବୁଲୁଛି ବିପଦ

ଯେଉଁଠି ଶହ ଶହ ପିଲାଙ୍କର ଭବିଷ୍ୟତ ଗଢାଯାଏ ସେଠି ବି ଦୁର୍ନିତୀ। ଯେଉଁଠି ଆଗାମୀ ଭବିଷ୍ୟତ ମାନେ ସ୍ୱପ୍ନ ଦେଖନ୍ତି ସେଠି ଘୁରି ବୁଲୁଛି ବିପଦ। କେତେବେଳେ କ’ଣ ଯେ ହେବ ତାହା କହିହେବ ନାହିଁ।

author-image
Pramod Behera
Odisha Adarsha Vidyalaya

ଆଦର୍ଶ ବିଦ୍ୟାଳୟରେ ଦୁର୍ନୀତି Photograph: (OTV)

ଯେଉଁଠି ଶହ ଶହ ପିଲାଙ୍କର ଭବିଷ୍ୟତ ଗଢାଯାଏ ସେଠି ବି ଦୁର୍ନିତୀ। ଯେଉଁଠି ଆଗାମୀ ଭବିଷ୍ୟତ ମାନେ ସ୍ୱପ୍ନ ଦେଖନ୍ତି ସେଠି ଘୁରି ବୁଲୁଛି ବିପଦ। କେତେବେଳେ କ’ଣ ଯେ ହେବ ତାହା କହିହେବ ନାହିଁ।

Advertisment


ସୂଚନା ମୁତାବକ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୂଳଗାଁଇଶାଳୋ ଠାରେ ୨୦୨୨ରେ ନିର୍ମାଣ ହୋଇଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ। ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢାଯାଉଛି ଏହି ଶିକ୍ଷା ମନ୍ଦିରରେ। ହେଲେ ବିଦ୍ୟାଳୟଟି କିନ୍ତୁ ଏତେ ନିମ୍ନମାନର ହୋଇଛି ଯେ ଅଭିଭାବକମାନଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଖୋଦ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି କହୁଛନ୍ତି। କେଉଁଠି କାନ୍ଥ ଫାଟିଲାଣି ତ କେଉଁଠି କଂକ୍ରିଟ ବିମ ଫାଟି ଆଁ କରିଛି। ଆଉ କେଉଁଠି ଛାତରୁ ପାଣି ଗଡି ଚିହ୍ନ ହେଇଛି। ସବୁଠୁ ଭୟଙ୍କର ଚିତ୍ର ହେଉଛି ଯେଉଁ ବିମ୍‌ରେ ୩ ମହଲା ଘର ଠିଆ ହେଇଛି ସେହି ବିମ୍‌ର ଅବସ୍ଥା ସାଂଘାତିକ। ହାତ ମାରିଦେଲେ ବାଲି ଝରି ଯାଇ ଲୁହା ରଡ଼ ଦେଖାଯାଉଛି। ଆଉ ଛାତର ଅବସ୍ଥା କହିଲେ ନ ସରେ। 

ପୂର୍ବ ସରକାର ସମୟରେ ୨୦୨୧ରେ ୩ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କାର୍ଯ୍ୟ ୨୦୨୩ ମସିହା ସୁଦ୍ଧା ଶେଷ କରିବା ଲକ୍ଷ ରଖିଥିବା ବେଳେ ଆଜିଯାଏ ଏହାର କାର୍ଯ୍ୟ ସମ୍ପୂର୍ଣ ହୋଇ ନାହିଁ। ଏପଟେ କାମ ଚାଲିଥିବା ବେଳେ ସେପଟେ ଅବସ୍ଥା ସାଂଘାତିକ। କେଉଁ ସମୟରେ ବିପଦ ନ ଆସିବ ତାହା କିଏ ବା କହିବ।

Advertisment


ଏଭଳି ସ୍ଥଳେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଯାଏଁ କୌଣସି ଠୋସ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ତେବେ କଟଲ ଜିଲ୍ଲାପାଳଙ୍କୁ ଏ ବିଷୟରେ ପଚାରିବାରୁ ଉଚ୍ଚ ପଦସ୍ଥ ଅଫିସରଙ୍କ ଦ୍ୱାରା ତଦନ୍ତ କରାଯାଇ ତୁରନ୍ତ ମରାମତି କାର୍ଯ୍ୟ ହେବା ସହ ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ଏଜେନ୍ସିକୁ କଳା ତାଲିକାଭୁକ୍ତ କରାଯିବ ବୋଲି କହିଛନ୍ତି।

Education News Adarsha Vidyalaya Salepur
Advertisment
Advertisment