Advertisment

ରାଜନୀତି ପଶାପାଲିରେ ଓବିସି ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, ସମର୍ଥନ କଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗ ସର୍ଭେକୁ ନେଇ ରାଜନୀତି ଜୋର୍ ‌ଧରିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଓବିସି ସର୍ଭେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବରୁ ହିଁ ସମ୍ବିଧାନରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଥିଲେ ବି କାହିଁକି ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ଏହାସହ କେନ୍ଦ୍ର […]

ରାଜନୀତି ପଶାପାଲିରେ ଓବିସି ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, ସମର୍ଥନ କଲା କଂଗ୍ରେସ

taj mahal

Advertisment

ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗ ସର୍ଭେକୁ ନେଇ ରାଜନୀତି ଜୋର୍ ‌ଧରିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଓବିସି ସର୍ଭେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବରୁ ହିଁ ସମ୍ବିଧାନରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଥିଲେ ବି କାହିଁକି ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

Advertisment

ଏହାସହ କେନ୍ଦ୍ର ପକ୍ଷରୁ ଅନଗ୍ରସର ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିଲେ ବି ଓଡ଼ିଶାରେ ଏହା ହୋଇନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଘରକୁ ଘର ବୁଲି ନୁହେଁ ଫେୟାର ପ୍ରାଇସ ସପ୍‌ରେ ଓବିସି ସର୍ଭେ କରାଯିବାର ପ୍ରସ୍ତାବ ରହିଥିବା ଜଣାପଡ଼ିଛି।

ଏବେ ଓଡ଼ିଶା ରାଜନୀତି ପଶାପାଲିରେ ଓବିସି ପ୍ରସଙ୍ଗ ଉଠିଛି। ଓଡ଼ିଶାରେ ପଛୁଆ ବର୍ଗର ଏକ ବଡ଼ ଭୋଟ୍‌ବ୍ୟାଙ୍କ ଥିବାରୁ ସେମାନଙ୍କୁ ହାତରେ ରଖିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି ରାଜନୈତିକ ଦଳଗୁଡ଼ିକ। ଗୋଟିଏ ପଟେ ପଛୁଆ ବର୍ଗ କମିଶନ୍ ମାଧ୍ୟମରେ ରାଜ୍ୟ ସରକାର ସର୍ଭେ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହାକୁ ନେଇ ଆଜି ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ଦୀର୍ଘ ୩୦ ବର୍ଷ ଧରି ସମ୍ବିଧାନର ଧାରା ୧୫ (୪) ଓ ୧୬ (୪) ଅଧୀନରେ ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ବ୍ୟବସ୍ଥା ଥିଲେ ବି ତାହା କାହିଁକି କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ଚାକିରି ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ନେଇ ବାରମ୍ବାର ଚିଠି ଲେଖିଲା ପରେ ବି ତାହା କାର୍ଯ୍ୟକାରୀ ହୋଇନଥିବା ସେ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ୨୧୦ ପଛୁଆ ବର୍ଗ ଜାତି ଅଛନ୍ତି ଓ SCBC ଏବଂ OBC ତାଲିକା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ରହିଛି। କେବଳ ସେତିକି ନୁହେଁ ଦୁଇ ବର୍ଷ ତଳେ କେନ୍ଦ୍ର ସରକାର ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବେଳେ ଓଡ଼ିଶାରେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। ସେପଟେ ଧର୍ମେନ୍ଦ୍ରଙ୍କ ମତଙ୍କୁ ସମର୍ଥନ କରିଛି କଂଗ୍ରେସ୍।

Advertisment

ଦଳର ନେତା ସୁରେଶ କୁମାର ରାଉତରାୟ କହିଛନ୍ତି "ରାଜ୍ୟ ସରକାର ୨୧ ବର୍ଷ ହେଲା ସର୍ଭେ କରୁଛନ୍ତି, ଜମାନା ଚାଲିଯିବ ସେହିଭଳି ସର୍ଭେ କରୁଥିବେଯ।" ଧର୍ମେନ୍ଦ୍ର ଠିକ୍ କହିଛନ୍ତି, କାହିଁକି ସଂରକ୍ଷଣ ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁର ରାଉତରାୟ।"

ବିଜେଡି ଏହାର ଜବାବ୍ ରଖି କହିଛି ଓବସି ଚିହ୍ନଟ ପ୍ରକ୍ରିୟା ସରିବା ପରେ ସବୁ ଅଧିକାର ମିଳିବ। ଏନେଇ  ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି "ଓବିସି ଚିହ୍ନଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚିହ୍ନଟ ପରେ ସବୁ ଅଧିକାର ମିଳିଯିବ। ସରକାର ସଂକଳ୍ପ ନେଇଛନ୍ତି ମାସେ ଭିତରେ କାମ ସାରିବେ, ତେଣୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।"

ସେପଟେ ମେ ପହିଲାରୁ ପଛୁଆ ବର୍ଗଙ୍କ ସର୍ଭେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସର୍ଭେ ପାଇଁ ପ୍ରସ୍ତାବିତ ଫର୍ମରେ ଧର୍ମ, ଜାତି, ରାସନ କାର୍ଡ ନମ୍ବର, ମୋବାଇଲ୍ ନମ୍ବର, ଆଧାର କାର୍ଡ, ସ୍କୁଲ, ଶିକ୍ଷା ଆଦି ବିଷୟରେ ତଥ୍ୟ ରହିବ। ଏଥିପାଇଁ ୨୦ ହଜାର ଅଙ୍ଗନଓ୍ୱାଡି କର୍ମୀ, ୭ ହଜାର ପଂଚାୟତ ନୋଡାଲ ଅଫିସର୍ ରହିବେ। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ୍‌ରେ ସର୍ଭେ ହୋଇପାରିବ। ରାଜ୍ୟରେ ଥିବା ଫେୟାର ପ୍ରାଇସ ସପ୍ ଗୁଡ଼ିକୁ ସର୍ଭେ ସେଣ୍ଟର ଭାବେ ଚିହ୍ନଟ କରାଯିବ।

ପଛୁଆ ବର୍ଗ ସର୍ଭେ ଜୁନ୍‌ରେ ଶେଷ ହେବାପରେ ରାଜ୍ୟ ସରକାର ସେଇ ଡାଟାବେସ୍‌କୁ କେଉଁ କାମରେ ଲଗାଇବେ ଏବେ ତା ଉପରେ ନଜର।

ରିପୋର୍ଟ: ଶିବାନନ୍ଦ ରାଉତ(ଦିଲ୍ଲୀ) ହରିହର ଚାନ୍ଦ(ଭୁବନେଶ୍ୱର)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ