Advertisment

ଅପରାଜିତାଙ୍କ ନାଁରେ ମାମଲା ପଛରେ ରାଜନୀତିର ଗନ୍ଧ!

ଭୁବନେଶ୍ୱର: କୋଭିଡ୍ ନିୟମ ଭାଙ୍ଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଥାନାରେ ମାମଲା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି ବିଏମସି। ଅପରାଜିତା କୋଭିଡ୍ କଟକଣା ଭାଙ୍ଗିଥିବା ନେଇ ତାଙ୍କ ବିରୋଧରେ ଦୁଇଟି ସଂସ୍ଥା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଏପଟେ ସାଂସଦ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନେଇ ଘଟଣାର ତଦନ୍ତ କରୁଥିବା […]

author-image
Ranjeet Kumar Jena
ଅପରାଜିତାଙ୍କ ନାଁରେ ମାମଲା ପଛରେ ରାଜନୀତିର ଗନ୍ଧ!

aparajita

ଭୁବନେଶ୍ୱର: କୋଭିଡ୍ ନିୟମ ଭାଙ୍ଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଥାନାରେ ମାମଲା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି ବିଏମସି।

Advertisment

ଅପରାଜିତା କୋଭିଡ୍ କଟକଣା ଭାଙ୍ଗିଥିବା ନେଇ ତାଙ୍କ ବିରୋଧରେ ଦୁଇଟି ସଂସ୍ଥା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଏପଟେ ସାଂସଦ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନେଇ ଘଟଣାର ତଦନ୍ତ କରୁଥିବା ବିଏମସିର ଅତିରିକ୍ତ କମିଶନର ମଧ୍ୟ ସ୍ପଷ୍ଟ କରିଥିବାରୁ ପୋଲିସ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ଜଣାଇବାକୁ ଡିସିପିଙ୍କୁ ଚିଠି ଲେଖିଛି ବିଏମସି।

ତାଙ୍କ ବିରୋଧରେ FIRକୁ ସରକାରୀ ପ୍ରୟୋଜିତ ବୋଲି ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା। ତେବେ ଏହି ମାମଲାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ମାମଲାରେ ନିଜର ସ୍ପଷ୍ଟୀକରଣ ଦେଇସାରିଛନ୍ତି। ତେଣୁ ମୋତେ ଲାଗୁଛି ଏହି ମାମଲା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି ଏବଂ ତଦନ୍ତ ହେଲେ ସ୍ପଷ୍ଟତା ଆସିବ ବୋଲି ବିଜେପି କହିଛି। ସେପଟେ ବିଜେପି ହେଉ କି ବିଜେଡି, କେହି ଗାଇଡଲାଇନ୍ ମାନୁନଥିବା କହିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ।

Advertisment
Advertisment
Advertisment