Advertisment

ବୋହୂ ବାପଘରୁ ଫେରିବାରେ ବିଳମ୍ବ ନେଇ ଗଣ୍ଡଗୋଳ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟକରି ଦେଇଛନ୍ତି। ଏହାସହ ଥାନା ଭିତରେ ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର, କମ୍ପ୍ୟୁଟର ଫିଙ୍ଗା ଫୋପଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ବାରାପୋଖରୀ ଗାଁର ଝିଅ ବିବିନଗରରେ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସ୍‌ର ମଧ୍ୟସ୍ଥତାରେ […]

author-image
Sangita Sahu
ବୋହୂ ବାପଘରୁ ଫେରିବାରେ ବିଳମ୍ବ ନେଇ ଗଣ୍ଡଗୋଳ

police

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟକରି ଦେଇଛନ୍ତି। ଏହାସହ ଥାନା ଭିତରେ ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର, କମ୍ପ୍ୟୁଟର ଫିଙ୍ଗା ଫୋପଡ଼ା କରିଛନ୍ତି।

Advertisment

publive-image

ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ବାରାପୋଖରୀ ଗାଁର ଝିଅ ବିବିନଗରରେ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସ୍‌ର ମଧ୍ୟସ୍ଥତାରେ ଦୁଇ ଗାଁର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା। ଆଉ ଝିଅ ବାରାପୋଖରରୀ ନିଜ ବାପଘରକୁ ଯାଇଥିଲା। ବୋହୂ ନ ଫେରିବାରୁ ବାରାପୋଖରୀ ଗାଁ ଲୋକଙ୍କୁ ଆକ୍ରମଣ ହୋଇଥିଲା।

publive-imageଏନେଇ ଅଭିଯୋଗ ପରେ ଶାଶୂଘରର କିଛି ଲୋକଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। ସେମାନଙ୍କୁ ଛାଡ଼ିବା ଦାବି କରି ବିବିନଗର ଗାଁ ଲୋକେ ଆସି ଥାନା ଘେରାଉ କରିଥିଲେ। ପରେ ବାରାପୋଖରୀ ଲୋକ ଆସିଥିଲେ। ଥାନା ପରିସରରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ଭଙ୍ଗାରୁଜା ହୋଇଛି।

Advertisment

Advertisment
Advertisment