Advertisment

ହିଂସାକାଣ୍ଡରେ ଫସି ଯାଇଥିଲେ ଓଡ଼ିଆ କଳାକାର, ୫ ଘଣ୍ଟା ପରେ ଉଦ୍ଧାର

ଭୁବନେଶ୍ୱର: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା ବଜାଶାଲ୍ କଳାକାରମାନେ ଏହି ହିଂସାକାଣ୍ଡରେ ଫସି ଯାଇଥିଲେ। ରାଜପଥରେ ସାଧାରଣତନ୍ତ୍ର ଦିବସ ଅବସରରେ ଭାଗନେଇ ଏହି ସାଂସ୍କୃତିକ ଦଳ ନିଜ ଗନ୍ତବ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ସହ ଅନ୍ୟ ରାଜ୍ୟର କଳାକାର ମଧ୍ୟ ଥିଲେ। ଏହି ସମୟରେ  ଟ୍ରାକ୍ଟର ଚଳାଇ ଚାଷୀମାନେ ଦିଲ୍ଲୀ ଭିତରେ ପ୍ରବେଶ କରିଥିବାରୁ […]

author-image
Rajalaxmi Sahoo
ହିଂସାକାଣ୍ଡରେ ଫସି ଯାଇଥିଲେ ଓଡ଼ିଆ କଳାକାର, ୫ ଘଣ୍ଟା ପରେ ଉଦ୍ଧାର

artists

ଭୁବନେଶ୍ୱର: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା ବଜାଶାଲ୍ କଳାକାରମାନେ ଏହି ହିଂସାକାଣ୍ଡରେ ଫସି ଯାଇଥିଲେ।

Advertisment

ରାଜପଥରେ ସାଧାରଣତନ୍ତ୍ର ଦିବସ ଅବସରରେ ଭାଗନେଇ ଏହି ସାଂସ୍କୃତିକ ଦଳ ନିଜ ଗନ୍ତବ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ସହ ଅନ୍ୟ ରାଜ୍ୟର କଳାକାର ମଧ୍ୟ ଥିଲେ। ଏହି ସମୟରେ  ଟ୍ରାକ୍ଟର ଚଳାଇ ଚାଷୀମାନେ ଦିଲ୍ଲୀ ଭିତରେ ପ୍ରବେଶ କରିଥିବାରୁ ଲାଲ୍‌କିଲ୍ଲା ଠାରେ ସମସ୍ତ କଳାକାରମାନେ ଫସି ରହିଥିଲେ।

ଆନ୍ଦୋଳନକାରୀଙ୍କ ହଙ୍ଗାମା ଯୋଗୁ ସମ୍ପୃକ୍ତ କଳାକାରମାନେ ବାହାରିପାରି ନଥିଲେ। ମଧ୍ୟାହ୍ନ ୧୨ଟାରୁ ଫସି ରହିଥିଲେ। ପ୍ରାୟ ୫ ଘଣ୍ଟା ଧରି ଫସି ରହିବା ପରେ ସନ୍ଧ୍ୟାରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଦରିଆଗଞ୍ଜ ମେସ୍‌ରେ ରଖାଯାଇଥିବା ଜଣାପଡ଼ିଛି। ଏହି କଳାକାରଙ୍କ ସହ କିଛି ଛାତ୍ରଛାତ୍ରୀ ବି ଫସିଥିଲେ। ସମସ୍ତଙ୍କୁ ମିଶାଇ ପ୍ରାୟ ୩ ଶହ ଅଂଶଗ୍ରହଣକାରୀ ଏହି ହିଂସାକାଣ୍ଡ ସମୟରେ ଫସି ରହିଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି।

Advertisment

୮ଟି ବସ୍‌ ଓ ୧୭ଟି ପ୍ରାଇଭେଟ୍‌ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍‌ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍‌ କହିଛି। ଗାଜିପୁର୍‌, ଟିକ୍‌ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍‌ ଭାଙ୍ଗି ଦେଇଛନ୍ତି।

କାଲିର ହିଂସାକାଣ୍ଡ ପରେ ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲାଲ୍‌କିଲ୍ଲା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲ୍‌କିଲ୍ଲା ମେଟ୍ରୋ ଷ୍ଟେସନ୍‌ର ପ୍ରବେଶ ପଥକୁ ବନ୍ଦ କରି ଦିଆଯାଇଛି। ତେବେ ପ୍ରସ୍ଥାନ ପାଇଁ ଅନୁମତି ଦିଆଯାଇଛି।

Farmer Protest In Republic Day
Advertisment
Advertisment