Advertisment

ନିକିତାଙ୍କ ଶାଶୂ ଶ୍ୱଶୁରଙ୍କୁ ଅଧିକ ମହଲତ ଦେଲା ପୁଲିସ୍‌

କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଓରଫ୍‌ ନିକିତା ହତ୍ୟା ମାମଲାରେ ପୁଲିସ୍‌ ତାଙ୍କ ଶାଶୂ, ଶ୍ୱଶୁରଙ୍କୁ ଅଧିକ ମହଲତ ଦେଇଛି। ଚାଉଳିଆଗଞ୍ଜ ପୁଲିସ୍‌ ନିକିତାଙ୍କ ଶାଶୂ ଘର ଲୋକଙ୍କୁ ଅଧିକ ସପ୍ତାହେ ମହଲତ ଦେଇଛି। ୭ ଦିନ ଭିତରେ ସେମାନେ ଯଦି ହାଜର ନହୁଅନ୍ତି ତେବେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପୁଲିସ୍‌ ନିକଟରେ ହାଜର ହେବାକୁ ନିକିତାଙ୍କ ଶ୍ୱଶୂର ଘର ଲୋକେ ଅଧିକ ୧୫ ଦିନ ସମୟ ମାଗିଥିଲେ। ତେବେ ଏହାକୁ ବିଚାର କରି ପୁଲିସ୍‌ ୭ […]

author-image
Rosalin Rath
ନିକିତାଙ୍କ ଶାଶୂ ଶ୍ୱଶୁରଙ୍କୁ ଅଧିକ ମହଲତ ଦେଲା ପୁଲିସ୍‌

acp nikita

କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଓରଫ୍‌ ନିକିତା ହତ୍ୟା ମାମଲାରେ ପୁଲିସ୍‌ ତାଙ୍କ ଶାଶୂ, ଶ୍ୱଶୁରଙ୍କୁ ଅଧିକ ମହଲତ ଦେଇଛି। ଚାଉଳିଆଗଞ୍ଜ ପୁଲିସ୍‌ ନିକିତାଙ୍କ ଶାଶୂ ଘର ଲୋକଙ୍କୁ ଅଧିକ ସପ୍ତାହେ ମହଲତ ଦେଇଛି।

Advertisment

୭ ଦିନ ଭିତରେ ସେମାନେ ଯଦି ହାଜର ନହୁଅନ୍ତି ତେବେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପୁଲିସ୍‌ ନିକଟରେ ହାଜର ହେବାକୁ ନିକିତାଙ୍କ ଶ୍ୱଶୂର ଘର ଲୋକେ ଅଧିକ ୧୫ ଦିନ ସମୟ ମାଗିଥିଲେ।

ତେବେ ଏହାକୁ ବିଚାର କରି ପୁଲିସ୍‌ ୭ ଦିନର ମହଲତ ଦେଇଛି। ନିକିତାଙ୍କ ହତ୍ୟା ମାମଲାରେ ସ୍ୱାମୀ ଲିପନ୍‌ଙ୍କୁ ପୁଲିସ୍‌ ଗିରଫ କରିଛି। ହେଲେ ଏନେଇ ଶାଶୂ ଘର ଲୋକଙ୍କୁ ବାରମ୍ବାର ନୋଟିସ୍ କରିବା ପରେ ବି ସେମାନେ ହାଜର ହୋଇନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ ପୁଲିସ୍‌ ଲଟ୍‌କା ଜାରି କରିଛି।

Advertisment

Advertisment
Advertisment