/odishatv-khabar/media/post_attachments/uploadimage/library/16_9/16_9_0/policeee_1626756453.jpg)
policeee
ମାଲକାନଗିରି: କଣ୍ଟେନ୍ମେଣ୍ଟ ଜୋନ୍କୁ ନେଇ ବିବାଦ। ଫଳରେ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୋଲିସ। ବ୍ୟାରିକେଡ୍ ନଖୋଲିବାରୁ ୨ ଘଣ୍ଟାରୁ ଅଧିକ ସମୟ ବାହାରେ ଅଟକିଲେ ଜଜ୍ ଏବଂ ଓକିଲ। ଏଭଳି ଅଭାବନୀୟ ଘଟଣା ମାଲକାନଗିରିରେ ଘଟିଛି।
ଖବର ଅନୁଯାୟୀ, ମାଲକାନଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ଯ୍ୟନ୍ତ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଗତକାଲି ଏହି କଟକଣା ଅବଧି ଶେଷ ହୋଇଥିଲା। ତେବେ ଆଜି ୧୦ଟାରେ ଜଜ୍ ଓ ଓକିଲ କୋର୍ଟ ସମ୍ମୁଖରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ପୋଲିସ ତାଙ୍କୁ ଭିତରକୁ ଛାଡ଼ିନଥିଲେ।
କଣ୍ଟେନମେଣ୍ଟ ଅବଧି ବଢ଼ିଥିବା ପୋଲିସ କହିଥିବା ବେଳେ ଏ ସମ୍ପର୍କୀତ ଚିଠି କିନ୍ତୁ ଦେଖାଇ ପାରି ନଥିଲା। ଫଳରେ ଜଜ୍, ଓକିଲ ଓ ପୋଲିସ ମଧ୍ୟରେ କଥା କଟାକଟି ହୋଇଥିଲା।
ମଧ୍ୟାହ୍ନ ୧୨ଟା ସମୟରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଅବଧି ବଢ଼ିଥିବାର ଚିଠି ଦେଖାଇବା ପରେ ଜଜ୍ ଓ ଓକିଲ ଘଟଣାସ୍ଥଳ ଛାଡ଼ି ଯାଇଥିଲେ। ଦୀର୍ଘ ୨ ଘଣ୍ଟା ଧରି ଜଜ୍ ଏବଂ ଓକିଲଙ୍କୁ ବ୍ୟାରିରେଡ୍ ନିକଟରେ ଛିଡ଼ା କରାଇବା ଓ କଣ୍ଟେନମେଣ୍ଟ ଅବଧି ବୃଦ୍ଧି କାଗଜ ପତ୍ର ଦେଖାଇ ନପାରିବା ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛି ଓକିଲ ସଂଘ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)