/odishatv-khabar/media/post_attachments/uploadimage/library/16_9/16_9_0/police-DG_1625443578.jpg)
police-DG
ଭଦ୍ରକ: ପୋଲିସ କର୍ମଚାରୀମାନଙ୍କୁ କୋଭିଡ ସମୟରେ କାମ କରିବାକୁ ଉତ୍ସାହିତ କରିବା ଓ ସେମାନଙ୍କ ସହିତ ଆଲୋଚନା ପାଇଁ ପୋଲିସ ଡିଜି ଅଭୟ ଭଦ୍ରକ ଗସ୍ତ କରିଛନ୍ତି। ସେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ଜିଲ୍ଲାର କୋଭିଡ ସ୍ଥିତି ଓ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ।
Advertisment
ଏପରିକି ଯେଉଁ ପୋଲିସ ଅଧିକାରୀମାନେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ସେମାନଙ୍କୁ ଉତ୍ସାହିତ ସହ ସମ୍ବର୍ଦ୍ଧିତ କରିଥିଲେ। ସାଇବର କ୍ରାଇମ ସହ ମାନବାଧିକାର ମାମଲା ଉପରେ ବିଶେଷ ଭାବେ ସମୀକ୍ଷା କରିବା ସହ ଏହା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।
ଆଜିର ସମୀକ୍ଷା ବୈଠକରେ ପୂର୍ବାଞ୍ଚଳ ଆଇଜି ଓ ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)