/odishatv-khabar/media/post_attachments/uploadimage/library/16_9/16_9_0/police-1_1626687404.jpg)
police
ବାଲେଶ୍ୱର : ସଫଳ ହେଲା ଓଟିଭିର ଷ୍ଟିଙ୍ଗ ଅପରେସନ। ପୁଲିସ୍ କରିଲା କାର୍ଯ୍ୟାନୁଷ୍ଠାନ। ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ହୋଟେଲ୍ରେ ଦେହ ବେପାର ଘଟଣାରେ ୨ ଅଟକ ରହିଛନ୍ତି। ଜଳେଶ୍ୱରର ଏକ ହୋଟେଲ ମାଲିକ ଏବଂ ମ୍ୟାନେଜରଙ୍କୁ ଅଟକ ରଖିଛି ପୁଲିସ । ଭୋଗରାଇ ତାଳସାରିରେ ଥିବା ୨ ହୋଟେଲ ମ୍ୟାନେଜର ମଧ୍ୟ ଗିରଫ ହୋଇଛନ୍ତି ।
Advertisment
ହୋଟେଲରେ ଦେହ କାରବାରର ଖୁଲାସା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖୁଲମଖୁଲା ଦେହ ବେପାର ନେଇ ଖବର ପ୍ରସାରଣ ହୋଇଥିଲା ଓଟିଭିରେ। ଦଲାଲ-ଗ୍ରାହକ ଟଙ୍କା କାରବାରର ଚିତ୍ର କ୍ୟାମେରାରେ ଧରାପଡ଼ିଥିଲା । ବଙ୍ଗୀୟ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଇ ବିପୁଳ ଅର୍ଥ କମାଉଥିଲେ ହୋଟେଲ ମାଲିକ। OTVରେ ଖବର ପ୍ରସାରଣ ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)