Advertisment

ନାଗିନ୍‌ ଗୀତରେ ନାଚି ପୋଲିସ୍‌ ବାବୁ ସସ୍‌ପେଣ୍ଡ୍‌

ଯାଜପୁର: ପାଣିକୋଇଲି ଥାନାରେ ପୋଲିସ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଘଟଣାରେ ASI ନିଲମ୍ବିତ। ପ୍ରାଥମିକ ତଦନ୍ତ ପରେ ପାଣିକୋଇଲି ଥାନାର ଏଏସ୍‌ଆଇ ସଞ୍ଜୟ ଦାସଙ୍କୁ ଯାଜପୁର ଏସ୍‌ପି ନିଲମ୍ବନ କରିଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି। ଥାନା ଭିତରେ ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡଙ୍କ ଉନ୍ନତ ନାଗିନ ଡ୍ୟାନ୍ସ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର […]

ନାଗିନ୍‌ ଗୀତରେ ନାଚି  ପୋଲିସ୍‌ ବାବୁ ସସ୍‌ପେଣ୍ଡ୍‌

nagin

Advertisment

ଯାଜପୁର: ପାଣିକୋଇଲି ଥାନାରେ ପୋଲିସ କର୍ମଚାରୀଙ୍କ ନାଗିନ ଡ୍ୟାନ୍ସ ଘଟଣାରେ ASI ନିଲମ୍ବିତ। ପ୍ରାଥମିକ ତଦନ୍ତ ପରେ ପାଣିକୋଇଲି ଥାନାର ଏଏସ୍‌ଆଇ ସଞ୍ଜୟ ଦାସଙ୍କୁ ଯାଜପୁର ଏସ୍‌ପି ନିଲମ୍ବନ କରିଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି।

Advertisment

ଥାନା ଭିତରେ ଥାନା ଅଧିକାରୀ, ଅଫିସର, କନେଷ୍ଟବଳ ଏବଂ ମହିଳା ହୋମଗାର୍ଡଙ୍କ ଉନ୍ନତ ନାଗିନ ଡ୍ୟାନ୍ସ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଭିତରେ। ଗତ ହୋଲିଦିନ ପାଣିକୋଇଲି ମେଳଣରେ ଡ୍ୟୁଟି କରିସାରିବା ପରେ ବାବୁ ମାନେ ମେଳଣରୁ ଅଭିର ରଙ୍ଗ ମାରିହୋଇ ଥାନାକୁ ଆସିଥିଲେ। ଥାନା ଭିତରେ ଆରମ୍ଭ ହୋଇଥିଲା ନାଗିନ ଡ୍ୟାନ୍ସ। ତୁ ମୋ ହିରୋଇନ.... ଗୀତର ତାଳେ ତାଳେ ଚାଲିଥିଲା ଅଫିସର, କନେଷ୍ଟବଳ, ମହିଳା ହୋମଗାର୍ଡଙ୍କ ନାଗିନ ଡ୍ୟାନ୍ସ ଆଉ ଏଥିରେ ଖୋଦ IIC ମଧ୍ୟ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ IIC ସ୍ୱୀକାର ମଧ୍ୟ କରିଥିଲେ। ଶୁଣନ୍ତୁ ଭିଡିଓ ଭାଇରାଲ ପରେ କଣ କହୁଛନ୍ତି ପୋଲିସ୍‌ ବାବୁ।

Odisha Police Viral Videos Latest Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ