Advertisment

ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ପୁଲିସ୍‌ ବାବୁ

ଅନୁଗୁଳ: ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍‌ଆଇ ଗଜେନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ, କନ୍ତପଡ଼ା ଗାଁର ଜଗନ୍ନାଥ ବେହେରା ଓ ତାଙ୍କ ପୁଅଙ୍କ ନାମରେ ଏକ ମାଡ଼ପିଟ୍‌ ମାମଲା ରହିଥିଲା। ଏହାର ରଫାଦଫା କରିବା ସହ ମାମଲାରୁ ଜଗନ୍ନାଥଙ୍କ ପୁଅଙ୍କ ନାମକୁ ହଟାଇବା ପାଇଁ ଗଜେନ୍ଦ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜଗନ୍ନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଗଜେନ୍ଦ୍ର ଫାଣ୍ଡିରେ ଟଙ୍କା ନେବାବେଳେ ଭିଜିଲାନ୍ସର ସ୍ୱତନ୍ତ୍ର […]

author-image
Rajalaxmi Sahoo
ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ପୁଲିସ୍‌ ବାବୁ

asi

ଅନୁଗୁଳ: ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍‌ଆଇ ଗଜେନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

Advertisment

ସୂଚନାଯୋଗ୍ୟ, କନ୍ତପଡ଼ା ଗାଁର ଜଗନ୍ନାଥ ବେହେରା ଓ ତାଙ୍କ ପୁଅଙ୍କ ନାମରେ ଏକ ମାଡ଼ପିଟ୍‌ ମାମଲା ରହିଥିଲା। ଏହାର ରଫାଦଫା କରିବା ସହ ମାମଲାରୁ ଜଗନ୍ନାଥଙ୍କ ପୁଅଙ୍କ ନାମକୁ ହଟାଇବା ପାଇଁ ଗଜେନ୍ଦ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜଗନ୍ନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଆଜି ଗଜେନ୍ଦ୍ର ଫାଣ୍ଡିରେ ଟଙ୍କା ନେବାବେଳେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍‌ ତାଙ୍କୁ ଧରିଥିଲା। ପରେ ତାଙ୍କୁ ଅନୁଗୁଳ ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟରେ ଅଧିକ ଜେରା ପରେ କୋର୍ଟ ଚାଲାଣ କରାଯାଇଥିବା ଅନୁଗୁଳ ଭିଜିଲାନ୍ସ ଡିଏସ୍‌ପି ସୂଚନା ଦେଇଛନ୍ତି।

Advertisment
Advertisment
Advertisment