/odishatv-khabar/media/post_attachments/uploadimage/library/16_9/16_9_0/Biman_1626764220.jpg)
Biman
ଝାରସୁଗୁଡ଼ା : ଲୋକାର୍ପିତ ହୋଇଛି ଝାରସୁଗୁଡ଼ା ବିମାନବନ୍ଦର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଲୋକାର୍ପଣ କରିଛନ୍ତି। ଏହା ସହିତ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଥିବା ନେଇ ମୋଦି ଘୋଷଣା କରିଛନ୍ତି।
ଭୁବନେଶ୍ୱର ପରେ ଝାରସୁଗୁଡ଼ା ରାଜ୍ୟର ଦ୍ୱିତୀୟ ବ୍ୟାବସାୟିକ ବିମାନବନ୍ଦରରେ ପରିଣତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜରାଟ କଚ୍ଛ ଜିଲ୍ଲାରେ କେବଳ ୫ଟି ଏୟାର୍ପୋର୍ଟ ଥିବା ବେଳେ ଓଡ଼ିଶାରେ ମାତ୍ର ଗୋଟିଏ ଏୟାର୍ପୋର୍ଟ ଥିଲା। ବିଳମ୍ବରେ ହେଲେ ବି ଦ୍ୱିତୀୟ ଏୟାର୍ପୋର୍ଟ ହେଲା ବୋଲି ମୋଦି କହିଛନ୍ତି।
ଏଇ ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି, ଖୁବ୍ ଶୀଘ୍ର ଓଡ଼ିଶାର ରାଉରକେଲା, ଜୟପୁର ଓ ଉତ୍କେଲାରେ ମଧ୍ୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ। ଉଦ୍ଘାଟନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ବିମାନ ବନ୍ଦର ଉଦ୍ଘାଟନ ସହିତ ଗର୍ଜନବାହାଲ ଖୋଲାମୁହଁ ଖଣି ପ୍ରକଳ୍ପ ଏବଂ ସୁନ୍ଦରଗଡ଼ରେ ଏମ୍ସିଏଲ୍ର ଝାରସୁଗୁଡ଼ା-ସର୍ଡେଗା ରେଳ ଲାଇନ୍ର ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ। ସୁନ୍ଦରଗଡରେ ଏନ୍ଟିପିସିର ଦୁଲଙ୍ଗା କୋଇଲା ଖଣିରୁ କୋଇଲା ଉତ୍ପାଦନ ତଥା ପରିବହନ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)