/odishatv-khabar/media/post_attachments/uploadimage/library/16_9/16_9_0/exam_1622797069.jpg)
plus two exam cancelled
ଭୁବନେଶ୍ୱର: ରାଜ୍ୟରେ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷା ବାତିଲ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ CBSE ପକ୍ଷରୁ ପରୀକ୍ଷା ବାତିଲ ନେଇ ଘୋଷଣା କରାଯବା ପରେ CISCE ପକ୍ଷରୁ ମଧ୍ୟ ଦ୍ୱାଦଶ ପରୀକ୍ଷା ବାତିଲ ଘୋଷଣା କରାଯାଇଥିଲା। ଏହା ପରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚାହିଁ ବସିଥିଲେ ଛାତ୍ରଛାତ୍ରୀ।
ଏ ନେଇ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ କରୋନା ସ୍ଥିତି ଯେପରି ରହିଛି ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ। ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷଜ୍ଞଙ୍କ ପରାମର୍ଶରେ CHSE ନିର୍ଦ୍ଧାରିତ ମାପଦଣ୍ଡରେ ମୂଲ୍ୟାୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା ପିଲା ଚାହିଁଲେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲେ ଅସନ୍ତୁଷ୍ଟ ପିଲା ପରୀକ୍ଷା ଦେଇପାରିବେ। ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ CHSE ନିର୍ଣ୍ଣୟ କରିବ।
ସୂଚନାଥାଉ କି, ୨ ଦିନ ତଳେ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲା CBSE। ଏହା ପରେ CISCE ପକ୍ଷରୁ ମଧ୍ୟ ଦ୍ୱାଦଶ ପରୀକ୍ଷା ବାତିଲ ଘୋଷଣା କରାଯାଇଥିଲା। ଏହା ପରେ ଅନେକ ରାଜ୍ୟ ଦ୍ୱାଦଶ ପରୀକ୍ଷାକୁ ବାତିଲ କରି ସାରିଛନ୍ତି। ଏପରିକି ପୂର୍ବରୁ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ବାତିଲ କରି ସାରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)